ରାଜ୍ୟଶିକ୍ଷା

ଯୁକ୍ତ ୨ ପରୀକ୍ଷା ବାତିଲ

ଆଓରି-ଭୁବନେଶ୍ୱର(୦୫/୦୬) :  କରୋନା ଭୟାବହତାକୁ ନେଇ ଗତକାଲି ଯୁକ୍ତ ୨ ପରୀକ୍ଷାକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ତେବେ ପରୀକ୍ଷା ବାତିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତ୍ରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୧୫ ଦିନ ମଧ୍ୟରେ ବିଶେଷଜ୍ଞ କମିଟି ଗଠନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି କମିଟି ଗଠନ କରାଯିବ । ସିବିଏସଇ ପଲିସିକୁ ଅନୁଧ୍ୟାନ କରି କମିଟି ସଦସ୍ୟମାନେ ତର୍ଜମା କରିବେ । ଏହା ପରେ ନିଷ୍ପତ୍ତି ହେବ ଯେ କେଉଁ ଆଧାରରେ ମାର୍କ ଦିଆଯିବ ଓ ଫଳ ପ୍ରକାଶ କରାଯିବ । ସିବିଏସଇ ଓ ଆଇସିଏସଇ ରେଜଲ୍ଟ ଯେଉଁ ସମୟରେ ବାହାରିବ ସେହି ସମୟରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ । ରାଜ୍ୟର ଛାତ୍ରଛାତ୍ରୀ ଯେମିତି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଦିଆଯାଉଛି ଗୁରୁତ୍ୱ ।

Related Articles

Leave a Reply

Your email address will not be published. Required fields are marked *

Back to top button