ମନୋରଞ୍ଜନ

ରିଲିଜ୍‍ ହେଲା ‘ପାନିପତ’ର ଟ୍ରେଲର

ଆଓରି-ନୂଆଦିଲ୍ଲୀ(୦୫/୧୧) : ଅର୍ଜୁନ କପୁର, ସଞ୍ଜୟ ଦତ୍ତ, କୃତି ସାନୋନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପାନିପତ’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ଆଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟ୍ରେଲରରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ପାଇଁ ବହୁ ଟଙ୍କା ବିନିମୟରେ ବିରାଟ ବିରାଟ ସେଟ୍‍ ପ୍ରସ୍ତୁତ କରାଯାଇଛି। ଟ୍ରେଲରରେ ଅର୍ଜୁନ ଓ କୃତିଙ୍କ ପ୍ରେମ କାହାଣୀ ମଧ୍ୟ ଦେଖିବାକୁ ମିଳିଛି। ମୋହନୀଶ ବହଲ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଚଳଚ୍ଚିତ୍ରରେ ସଞ୍ଜୟ ଭୟଙ୍କର ଅବତାରରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ର ଅବ୍‍ଦାଲୀ ଓ ମରାଠାଙ୍କ ମଧ୍ୟରେ ୧୭୬୧ରେ ହୋଇଥିବା ତୃତୀୟ ପାନିପତ ଯୁଦ୍ଧ କାହାଣୀ ଉପରେ ଆଧାରିତ। ଏଥିରେ ସଞ୍ଜୟ ଆଫଗାନିସ୍ତାନର ଜଣେ କ୍ରୁର ରାଜା ଅହମଦ ଶାହ ଅବ୍‍ଦାଲୀ ଭୂମିକାରେ ଅଭିନୟ କରିଛନ୍ତି। ସେହପରି ଅର୍ଜୁନ ସଦାଶିବ ରାଓ ଭାଉ ଭୂମିକାରେ ଅବତ୍ତୀର୍ଣ୍ଣ ଓ କୃତି ତାଙ୍କ ଦ୍ୱିତୀୟ ପତ୍ନୀ ପାର୍ବତୀ ବାଈ ଭୂମିକାରେ ଅଭିନୟ କରିଛନ୍ତି। ଏହି ଐତିହାସିକ ଚଳଚ୍ଚିତ୍ର ଚଳିତ ବର୍ଷ ଡିସେମ୍ବର ୬ ତାରିଖରେ ପରଦାକୁ ଆସିବ।

Related Articles

Leave a Reply

Your email address will not be published. Required fields are marked *

Back to top button