ବିଶେଷ

କଟକ ପହଞ୍ଚିଲା ମୋଦୀ ସେନାନୀର କଳିଙ୍ଗ ବିଜୟ ରଥ

ଆଓରି- (୧୧।୦୪। ୨୦୧୯) ଆଜି ମୋଦୀ ସେନାନୀ, ନୂଆଦିଲ୍ଲୀର କଳିଙ୍ଗ ବିଜୟ ଯାତ୍ରା କଟକ ସଦର ବିଧାନସଭା କ୍ଷେତ୍ରର ୪୨ ମୌଜା ଅଞ୍ଚଳ ବୁଲି ଲୋକମାନଙ୍କୁ ନରେନ୍ଦ୍ର ମୋଦୀଙ୍କ ଦେଶ ହିତକର ତଥା ଦୁରଦୃଷ୍ଟି ମୂଳକ ଯୋଜନା ବିଷୟରେ ଅବଗତ କରାଇଥିଲେ| ପୁଣି ମୋଦୀ ସରକାର କାହିଁକି ଆସିବା ନିହାତି ଆବଶ୍ୟକ ଭୋଟରମାନଙ୍କୁ ବୁଝାଇ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ମୋଦୀ ସେନାନୀର ସ୍ଵୟଂସେବକମାନେ ଭୋଟରମାନଙ୍କୁ ଅନୁରୋଧ କରିଥିଲେ |

ଏହି ବିଜୟ ଯାତ୍ରାରେ କଟକ ସଦର ବିଧାନସଭା କ୍ଷେତ୍ର ବିଜେପି ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ| ମୋଦୀ ସେନାନୀର ନିଃସ୍ଵାର୍ଥ ଭାବରେ ଏହିପରି ପଦକ୍ଷେପ ନେଇଥିବାରୁ ସ୍ଥାନୀୟ ଲୋକ ତଥା ଶ୍ରୀ ମଲ୍ଲିକ ମୋଦୀ ସେନାନୀ ମୁଖ୍ୟ ଆବାହକ ଶ୍ରୀ ସଂଗ୍ରାମ ଧରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ |
ମୋଦୀ ସେନାନୀର ଏହି କଳିଙ୍ଗ ବିଜୟ ଯାତ୍ରା ଗତ ୮ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତାକା ଦେଖାଇ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ଯାଳୟରେ ଶୁଭାରମ୍ଭ କରିଥିଲେ| ୨ ଦିନ ଭୁବନେଶ୍ବର ଲୋକସଭା ଅଞ୍ଚଳରେ ପ୍ରଚାର କାର୍ଯ୍ୟ ସମାପ୍ତ କରି ଆଜି କଟକ ପହଞ୍ଚିଛି ମୋଦୀ ସେନାନୀ କଳିଙ୍ଗ ବିଜୟ ଯାତ୍ରା | କଟକ ଅଞ୍ଚଳରେ ଆସନ୍ତା ୨ ଦିନ ପ୍ରଚାର ପରେ ଢେଙ୍କାନାଳ ତଥା ଅନୁଗୋଳ କ୍ଷେତ୍ର ଯିବେ ବୋଲି ସୂଚନା ମିଳିଥିଲା |

ଉଲ୍ଲେଖଯୋଗ୍ୟ, ମୋଦୀ ସେନାନୀ ଗତ ୫ ମାସ ପୂର୍ବରୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟପ୍ରଣାଳୀରେ ଅନୁପ୍ରାଣୀତ ହୋଇ କିଛି ଯୁବପିଢି ଏହି ସଂସ୍ଥା ଗଠନ କରିଥିଲେ| ସଭ୍ୟମାନେ ଯେପରି ନିଜ ନିଜ ବୁଥ ଯାଇ କାମ କରିପାରିବେ, ମୋଦୀ ସେନାନୀ ଏକ ମେମ୍ବରଶିପ ଡ୍ରାଇଭ କରି ସଦସ୍ୟମାନଙ୍କୁ ସ୍ତିରିକୃତ କରିଛି | ୯୫୩୩୩୨୨୦୦୦ ମିସ୍ସଡ କଲ୍ଲ ଦେଇ ଦେଶ ବ୍ୟାପୀ ପ୍ରାୟ ୧୦,୦୦୦ ଉର୍ଦ୍ଧ୍ଵ ମେମ୍ବର ପଞ୍ଜୀକୃତ ହୋଇ ଏହି ନିର୍ବାଚନରେ ନିଜ ନିଜ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button