ଜିଲ୍ଲାରାଜ୍ୟ

ସ୍ଵର୍ଗତ ଦିଲ୍ଲୀପ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ

ଆଓରି-ଭୁବନେଶ୍ଵର(୧୦/୦୯) : କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ବିଶିଷ୍ଟ ସାମ୍ବାଦିକ ସ୍ଵର୍ଗତ ଦିଲ୍ଲୀପ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି  ।ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲାର କାର୍ଯ୍ୟରତ ସାମ୍ବାଦିକମାନେ ଯୋଗଦେଇ ସ୍ଵର୍ଗତ ଆତ୍ମାର ସଦ୍ ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ  । ସାମ୍ବାଦିକତା କ୍ଷେତ୍ରରେ ସ୍ଵର୍ଗତ ଦିଲ୍ଲୀପ ଶତପଥୀଙ୍କ ସ୍ଵାକ୍ଷର ଅତ୍ୟନ୍ତ ସ୍ପଷ୍ଟ ଓ ଉଜ୍ଜଳ ବୋଲି ମତ ପ୍ରକାଶ ପାଇଥିଲା  । ତେବେ ସ୍ଵର୍ଗତ ଦିଲ୍ଲୀପ ଶତପଥୀ କେନ୍ଦ୍ରାପଡ଼ା ମାଟିର ସନ୍ତାନ ହୋଇଥିବାରୁ ଏହି ମାଟି ତାଙ୍କ ପାଇଁ ଆଜି ଗର୍ବିତ ବୋଲି ବକ୍ତାମାନେ ମତ ଦେଇଥିଲେ  । ଏହି ସଭାରେ କେନ୍ଦ୍ରାପଡା ଵହୁ ସାମ୍ବାଦିକ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ  ।

Related Articles

Leave a Reply

Your email address will not be published. Required fields are marked *

Back to top button