ରାଜ୍ୟ

ତାଳଚେରରେ ପ୍ରତିଷ୍ଠା ହେବ ବିଶ୍ୱ ସ୍ତରୀୟ ବିଦ୍ୟାଳୟ ; ପ୍ରହ୍ଲାଦ ଯୋଶୀ

ଆଓରି-ଭୁବନେଶ୍ଵର(୦୮/୧୧) : ତାଳଚେର ସ୍ଥିତ ଲିଙ୍ଗରାଜ ଅଞ୍ଚଳରେ ପ୍ରତିଷ୍ଠା ହେବ ବିଶ୍ୱ ସ୍ତରୀୟ ବିଦ୍ୟାଳୟ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆଜି ତାଳଚେର ଦିନିକିଆ ଗସ୍ତରେ ଆସିଥିବା ମନ୍ତ୍ରୀ ପ୍ରାୟ ୪୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ଡିଏଭି ସ୍କୁଲର ବିଧିବଦ୍ଧ ଭାବେ ଶିଳାନ୍ୟାସ କରିଛନ୍ତି । ବିଶ୍ୱ ସ୍ତରୀୟ ଢ଼ାଞ୍ଚାରେ ନିର୍ମାଣ ହେବାକୁ ଥିବା ଏହି ସ୍କୁଲରେ କେବେଳ ଶିକ୍ଷା ନୁହେଁ ବରଂ ସଙ୍ଗୀତ, ବୌଦ୍ଧିକ ଶିକ୍ଷା ସହ ଯୋଗ ଓ ଶାରୀରିକ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏକ ଅତ୍ୟାଧୁନିକ ଶୈଳୀରେ ସ୍ପୋର୍ଟସ କମ୍ପ୍ଲେସର ନିର୍ମାଣ କରାଯିବ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।

ପୂର୍ବରୁ କେନ୍ଦ୍ର ସରକାରଙ୍କ ସହଯୋଗରେ ନିର୍ମାଣ କରାଯାଇଥିବା ମେଡ଼ିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ସହ ଅଂଚଳ ବାସୀଙ୍କ ସମସ୍ୟା ଦିଗରେ କୋଇଲା ମନ୍ତ୍ରଣାଳୟ ତ୍ୱରିତ ପଦକ୍ଷେପ ନେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ଓ କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଥମେ ତାଳଚେରସ୍ଥିତ ଏମସିଏଲର ଭୁବନେଶ୍ୱରୀ କୋଇଲାଖଣି ଅଞ୍ଚଳକୁ ଆକାଶ ମାର୍ଗରୁ ନିରୀକ୍ଷଣ କରିବା ପରେ ଭୁବନେଶ୍ଵରୀ କୋଇଲାଖଣି ପରିଦର୍ଶନ କରିଥିଲେ । ଏହାପରେ ଡେରା ଉଚ୍ଚବିଦ୍ୟାଳୟର ନୂତନ ଶ୍ରେଣୀଗୃହର ଭୂମିପୂଜନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏମସିଏଲ ଲିଙ୍ଗରାଜ କ୍ଷେତ୍ରର ନୂଆ ଡିଏଭି ବିଦ୍ୟାଳୟ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ଏକ ସାଧାରଣ ସଭାରେ ଯୋଗଦେଇ ଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସେ ବିଭିନ୍ନ ଶ୍ରମିକ ସଂଗଠନ, ଜମିହରା ପ୍ରଜା, ଟ୍ରକ ମାଲିକ ସଙ୍ଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଏମସିଏଲର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button