ଖେଳ

ଅଲିମ୍ପିକ ପୁରୁଷ ହକି ଟେଷ୍ଟ ଜିତିଲା ଭାରତ

ଆଓରି-ନୂଆଦିଲ୍ଲୀ(୨୧/୦୮) : ଭାରତୀୟ ପୁରୁଷ ହକି ଦଳ ବୁଧବାର ନ୍ୟୁଜିଲାଣ୍ଡକୁ ୫-୦ ଗୋଲରେ ହରାଇ ଏଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟକୁ ଜିତିଛି।  ଓଆଇ ହକି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଧିନାୟକ ହରମନପ୍ରୀତ ସିଂ (୭ମ ମିନିଟ୍‌), ଶମଶେର ସିଂ (୧୮ତମ), ନୀଳକାନ୍ତ ଶର୍ମା (୨୨ତମ), ଗୁରସାହିବଜିତ୍‌ ସିଂ (୨୬ତମ) ଓ ମନଦୀପ ସିଂ (୨୭ତମ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଲିଗ୍‌ ପର୍ଯ୍ୟାୟରେ ଭାରତ ୧-୨ ଗୋଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରିଥିଲା।

ଉଭୟ ଦଳ ମ୍ୟାଚ୍‌ ଆରମ୍ଭରୁ ପ୍ରତିପକ୍ଷ ଗୋଲପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ଭାରତକୁ ମ୍ୟାଚ୍‌ର ୭ମ ମିନିଟ୍‌ରେ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା, ଯାହାକି ବେକାର ହୋଇଯାଇଥିଲା। ହେଲେ ଅଧିନାୟକ ହରମନପ୍ରୀତ ସୁଯୋଗ ହାତଛଡ଼ା ନ କରି ଦଳୀୟ ଖାତା ଖୋଲିଥିଲେ। ଏଥିଯୋଗୁ ଭାରତ ପ୍ରଥମ କ୍ୱାର୍ଟର ପର୍ଯ୍ୟନ୍ତ ୧-୦ ଗୋଲରେ ଆଗୁଆ ଥିଲା। ଶମଶେର ମ୍ୟାଚ୍‌ର ୧୮ତମ ମିନିଟ୍‌ରେ ଭାରତ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ। ଏହାପରେ ନୀଳକାନ୍ତ (୨୨ତମ), ଗୁରସାହିବଜିତ୍‌ (୨୬ତମ) ଓ ମନଦୀପ (୨୭ତମ) କ୍ରମାଗତ ୩ଟି ଗୋଲ ଦେଇ ପ୍ରଥମାର୍ଦ୍ଧ ସୁଦ୍ଧା ଦଳ ପାଇଁ ୫-୦ ଗୋଲର ଅଗ୍ରଣୀ ଆଣି ଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ଗୋଲ ପରିଶୋଧ କରିବା ପାଇଁ ନ୍ୟୁଜିଲାଣ୍ଡ ଖେଳାଳିମାନେ ବହୁ ଉଦ୍ୟମ କରିଥିଲେ। ୩୭ତମ ମିନିଟ୍‌ରେ ନ୍ୟୁଜିଲାଣ୍ଡ ଦଳ ଏକ ଗୋଲ ହାତଛଡ଼ା କରିଥିଲା। ଗୋଲଶୂନ୍ୟ ତୃତୀୟ କ୍ୱାର୍ଟର ପରେ ଅନ୍ତିମ ୧୫ ମିନିଟ୍‌ରେ ଭାରତୀୟ ଦଳ ତା’ର ଡିଫେନ୍ସ ଭାଗରେ ପ୍ରତିପକ୍ଷ ଖେଳାଳିଙ୍କୁ ପ୍ରବେଶ କରାଇ ଦେଇ ନ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button