ଜାତୀୟଜିଲ୍ଲା

ଆଜି କୋଲକାତାରେ ୨୪ ଘଣ୍ଟିଆ ଆଇଏମ୍‌ଏର ଡାକ୍ତରଙ୍କ ବନ୍ଦ ଡାକରା

ଆଓରି-ଭୁବନେଶ୍ଵର(୧୭/୦୬): ଆଜି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ(ଆଇଏମ୍‌ଏ)ର ଡାକ୍ତରମାନେ ୨୪ ଘଣ୍ଟିଆ ଆନ୍ଦୋଳନ କରିଛନ୍ତି।  କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ଘଟାଣା ନେଇ ସାରା ଦେଶରୁ ପ୍ରତିକ୍ରିୟା ଓ ବିକ୍ଷୋଭର ସ୍ୱର ଉଠିଛି । ଡାକ୍ତରଙ୍କ ଉପରେ ଆକ୍ରମଣକୁ ଘୋର ପ୍ରତିବାଦ କରିବା ସହିତ ପଶ୍ଚିମବଙ୍ଗ ଡାକ୍ତରଙ୍କ ଧର୍ମଘଟକୁ ସମର୍ଥନ ଜଣାଇ ଏବେ ସାରା ଦେଶର ଡାକ୍ତର ଏକାଠି ହୋଇଛନ୍ତି । ଏନେଇ ଆଜି (ଜୁନ ୧୭) ରେ ସାରା ଦେଶର ଡାକ୍ତର ମିଳିତ ଭାବରେ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି ।

ଏହି ଧର୍ମଘଟ ସମୟରେ ସମସ୍ତ ଅଣଜରୁରୀ ସେବା ବନ୍ଦ ରହିବ ଏବଂ ହସ୍ପିଟାଲଗୁଡ଼ିକରେ ସକାଳ ୬ଟାରୁ ଓପିଡି ମଧ୍ୟ ବନ୍ଦ ରହିଛି। ଏହି ଆନ୍ଦୋଳରେ ଘରୋଇ ଡାକ୍ତରଖାନାର ଡାକ୍ତରମାନେ ମଧ୍ୟ ସାମିଲ୍ ହୋଇଛନ୍ତି।

ଏହାରି ଭିତରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ଡାକ୍ତରଙ୍କ ଆଲୋଚନା ହୋଇପାରିବ ନାହିଁ ବୋଲି ସୂଚନା ରହିଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାରେ ଗଣମାଧ୍ୟମ ଉପସ୍ଥିତି ନରହିଲେ ବୈଠକ ହୋଇପାରିବ ନାହିଁ ବୋଲି ଆଇଏମଏ କହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଆଇଏମଏର ଏହି ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିବାରୁ ବୈଠକ ବାତିଲ୍ ହୋଇଥିବା ସୂଚନା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button