ଖେଳ

ଭାରତର ବିଶାଳ ସ୍କୋର : ୱେଷ୍ଟଇଣ୍ଡିଜ ପାଇଁ ୩୮୮ରନର ବିଜୟ ଲକ୍ଷ୍ୟ

ଆଓରି-ନୂଆଦିଲ୍ଲୀ(୧୮/୧୨) : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ୟ ଦିନିକିଆ ମ୍ୟାଚ ବୁଧବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଖେଳା ଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଅଧିନାୟକ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ ପାଇଁ ୩୮୮ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ହିଟ ମ୍ୟାନ ରୋହିତ ଶର୍ମା ୧୩୮ଟି ବଲ ଖେଳି ୧୫୯ରନ କରିଛନ୍ତି। ଯେଉଁଥିରେ ତାଙ୍କର ୫ଟି ଛକା ଓ ୧୭ଟି ଚୌକା ସାମିଲ ରହିଛି। ସେହିଭଳି ତାଙ୍କର ଓପନିଂ ଯୋଡୀ କେଏଲ ରାହୁଲ ତାଙ୍କୁ ଖୁବ୍ ସହଯୋଗ କରିଥିଲେ। ରାହୁଲ ୧୦୪ଟି ବଲ ଖେଳି ୧୦୨ରନ କରିଛନ୍ତି। ଯେଉଁଥିରେ ତାଙ୍କର ୩ଟି ଛକା ଏବଂ ୮ଟି ଚୌକା ସାମିଲ ରହିଛି। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ମଧ୍ୟ କ୍ରମର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବଂ ଶ୍ରେୟସ୍ ଆୟର ମଧ୍ୟ ଖୁବ ଭଲ ବ୍ୟାଟିଂ କରିଥିଲେ। ଉଭୟଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୩୮୭ରନର ବିଶାଳ ସ୍କୋର ଛିଡା କରିପାରିଛି।

ଶ୍ରେୟସ୍ ଆୟର ୩୨ବଲ ଖେଳି ୫୩ରନ କରିଛନ୍ତି। ଯେଉଁଥିରେ ତାଙ୍କର ୪ଟି ବିଶାଳ ଛକା ଏବଂ ତିନୋଟି ଛକା ସାମିଲ ରହିଛି। ସେହିଭଳି ବାମହାତୀ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୧୬ଟି ବଲରେ ୩୯ରନ କରିଛନ୍ତି। ଯେଉଁଥିରେ ତାଙ୍କର ୪ଟି ଛକା ଓ ତିନିଟି ଛକା ସାମିଲ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button