ଖେଳ

ଇଣ୍ଡିଜକୁ ୭ୱିକେଟରେ ହରାଇ ସିରିଜ୍‌ ଜିତିଲା ଭାରତ

ଆଓରି-ନୂଆଦିଲ୍ଲୀ(୦୭/୦୮) : ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ୩ୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍ ରେ  ୱେଷ୍ଟଇଣ୍ଡିଜ୍ କୁ ୭ୱିକେଟ​‌ରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଭାରତ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ସିରିଜ୍‌କୁ କ୍ଲିନ ସୁଇପ୍ କରିଛି। ସିରିଜରେ ପ୍ରଥମ ୨ଟିଯାକ ଟ୍ୱେଣ୍ଟି-୨୦ ମ୍ୟାଚ୍ ଜିତି ଭାରତ ୨-୦ରେ ଆଗୁଆ ରହିଥିଲା। ଫଳରେ ପୂର୍ବରୁ ୩ ମ୍ୟାଚ୍‌ର ଟ୍ୱେଣ୍ଟି-୨୦ ସିରିଜ୍‌କୁ ଭାରତ ହାତେଇ ନେଇଥିଲା।

ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୪୭ ରନ୍ ବିଜୟ ଲକ୍ଷ୍ୟ ରଖିଥିଲା। ଲୋକେଶ ରାହୁଲ ଏବଂ ଶିଖର ଧାୱନ ବିଫଳ ହୋଇଥିଲେ ମଧ୍ୟ ବିରାଟ କୋହଲି (୫୯, ୪୫ ବଲ, ୬ ଚୌକା) ଏବଂ ଋଷବ ପନ୍ତ୍‌ (୬୫ଞ୍ଚ, ୪୨ ବଲ୍, ୪ ଚୌକା, ୪ ଛକା) ଭାରତକୁ ବିଜୟୀ କରାଇଥିଲେ। ନରିନଙ୍କୁ କୋହଲି ଏବଂ କଟ୍ରେଲଙ୍କୁ ଋଷବ ଚୌକା ମାରି ସମାନ ଢ଼ଙ୍ଗରେ ଅର୍ଧଶତକ ପୂର୍ଣ୍ଣ କରିଥିଲେ। ଆକର୍ଷଣୀୟ ପାଳି ଖେଳି ପନ୍ତ୍‌ ନିଜ ଖେଳ ଜୀବନର ଶ୍ରେଷ୍ଠ ଟ୍ୱେଣ୍ଟି-୨୦ ସ୍କୋର୍ କରିଥିଲେ। ବ୍ରାଥୱେଟଙ୍କୁ ତାଙ୍କ ମୁଣ୍ଡ ଉପରେ ଛକା ମାରି ପନ୍ତ୍‌ ୫ ବଲ୍‌ ପୂର୍ବରୁ ମ୍ୟାଚ୍‌କୁ ଶେଷ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button