ଜାତୀୟସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୩୨,୩୬୪ନୂଆ କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ

ଆଓରି-ନୂଆଦିଲ୍ଲୀ(୦୪/୦୬) : ଦେଶରେ ତଳମୁହାଁ କରୋନା ମିଟର । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧,୩୨,୩୬୪ ନୂଆ ଆକ୍ରାନ୍ତ । ସେପଟେ ଦିନକରେ ୨୭୧୩ଙ୍କର ଜୀବନ ନେଇଛି ମହାମାରୀ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୨,୩୬୪ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨,୭୧୩ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୫,୭୪,୩୫୦ ଓ ମୃତ୍ୟୁସଂଖ୍ୟା ୩,୪୦,୭୦୨ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୨,୦୭,୦୭୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୬୫,୭୯,୬୫୫ରେ ପହଞ୍ଚିଛି।

Related Articles

Leave a Reply

Your email address will not be published. Required fields are marked *

Back to top button