ଆନ୍ତର୍ଜାତୀୟ

ଆମେରିକାରେ ଇମ୍ରାନ ଖାନ୍‌ଙ୍କୁ ତୀବ୍ର ବିରୋଧ

ଆଓରି-ନୂଆଦିଲ୍ଲୀ(୨୨/୦୭) : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଆମେରିକାରେ ବିରୋଧ କରାଯାଇଛି । ଇମ୍ରାନଙ୍କୁ ଆମେରକାରେ ବାରମ୍ବାର ଅପମାନ ହେବକୁ ପଡୁଛି । ୱାସିଙ୍ଗଟନ୍‌ ଡିସିରେ ଏକ ସାମୁଦାୟିକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ବଲୁଚିର କିଛି କର୍ମକର୍ତ୍ତା ଏହାକୁ ବିରୋଧ କରିଥିଲେ । ଏମାନେ ବଲୁଚିସ୍ତାନର ଆଜାଦି ପାଇଁ ନାରା ଲଗାଇବା ସହ ଇମ୍ରାନ୍‌ଙ୍କ ଭାଷଣକୁ ଘୋର ପ୍ରତିରୋଧ କରିଥିଲେ । ଏଥିସହିତ ପାକ୍‌ ସରକାରଙ୍କୁ ତିବ୍ର ବିରୋଧ କରିବା ସହ ଇମ୍ରାନଙ୍କ ବିରୋଧରେ ଲୋକମାନେ ନାରାବଜୀ ଲଗାଇଥିଲେ । ଶେଷରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଆନ୍ଦୋଳନକାରୀ ମାନଙ୍କୁ ସେଠାରୁ ବାହାର କରାଯାଇଥିଲା ।

ଉଲ୍ଲେଖ ଯୋଗ୍ୟ, ଆମେରିକାକୁ ଇମ୍ରାନଙ୍କ ପ୍ରଥମ ଗସ୍ତ ଥିଲାବେଳେ ତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରକୁ କେହି ବି ଆସି ନ ଥିଲେ । ଯେଉଁଥିପାଇଁ ସେ ବାଧ୍ୟ ହୋଇ ମେଟ୍ରୋରେ ଯାଇଥିଲେ । ଏହା ପରେ ୱାସିଙ୍ଗଟନ୍‌ ଡିସିରେ ଆୟୋଜିତ ଏକ ସଭାରେ ଭାଷଣ ଦେଇଥିବାବେଳେ ତାଙ୍କୁ ତୀବ୍ର ବିରୋଧ କରାଯାଇଛି । ବେଲୁଚ, ମୁତ୍ତହିଦା କାସ୍‌ମୀ ମୁଭ୍‌ମେଣ୍ଟ ଏବଂ ଅନ୍ୟ ଲଘୁ ସଂପ୍ରଦାୟର ବ୍ୟକ୍ତିମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ତେବେ ଆଜି ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button