ଜାତୀୟ

ଡାକ ବିଭାଗକୁ କାଳ ହେଲା ମୋଦୀ-ଦିଦିଙ୍କ ଲଢ଼େଇ,

ଆଓରି-ଭୁବନେଶ୍ଵର(୦୭/୦୬): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ମଧ୍ୟରେ ଚାଲିଥିବା ରାଜନୈତିକ ଯୁଦ୍ଧ ଡାକ ବିଭାଗ ପାଇଁ ସଂକଟ ସ୍ଥିତି ସୃଷ୍ଟି କରିଛି । ଗତ କିଛି ଦିନ ହେବ ଦକ୍ଷିଣ କୋଲକାତାରେ ଥିବା କାଲୀଘାଟ ପୋଷ୍ଟ ଅଫିସରେ ହଜାର ହଜାର ପୋଷ୍ଟକାର୍ଡର ଲାଇନ୍‌ ଲାଗିଛି। ଏହି ପୋଷ୍ଟ କାର୍ଡରେ ଜୟ ଶ୍ରୀରାମ ଲେଖାଯାଇଛି ଏବଂ ଏହା ମମତାଙ୍କୁ ପଠାଯାଇଛି।

ପୋଷ୍ଟ ଅଫିସ ସୂତ୍ର ମୁତାବକ, ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରତିଦିନ ୩୦ରୁ ୪୦ ପୋଷ୍ଟକାର୍ଡ ଆସୁଥିଲା। କିନ୍ତୁ ଏବେ ହଠାତ ପୋଷ୍ଟକାର୍ଡ ସଂଖ୍ୟା ବଢ଼ିଯାଇଛି। ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ କାଲୀଘାଟ ପୋଷ୍ଟ ଅଫିସ ତାଙ୍କ ପାଇଁ ଜଣେ ପୋଷ୍ଟମ୍ୟାନ ଯୋଗେଇ ଦେଇଛନ୍ତି। ଏନେଇ ଜଣେ କର୍ମଚାରୀ କହିଛନ୍ତି କି, ପୋଷ୍ଟମ୍ୟାନ ପ୍ରତିଦିନ ପୋଷ୍ଟକାର୍ଡ ନେଇଯାଏ ଏବଂ ଏହାକୁ ର୍ନିଦ୍ଧାରିତ ବ୍ୟକ୍ତିଙ୍କୁ ଦେଇଆସେ। ତେବେ ସର୍ବଦା ଶାନ୍ତିପୂର୍ଣ୍ଣ ରହୁଥିବା ଏହି ପୋଷ୍ଟ ଅଫିସ୍‌ରେ ଏବେ ‘ଜୟ ଶ୍ରୀରାମ’ ପୋଷ୍ଟ କାର୍ଡର ଗହଳି ଲାଗି ରହିଛି।

ଅନ୍ୟ ପକ୍ଷରେ ଟିଏମସି ଏହାକୁ ନେଇ ଏବେ ଅସନ୍ତୋଷ ରହିଛି। କାର୍ଯ୍ୟକର୍ତ୍ତାମାନେ ପୋଷ୍ଟକାର୍ଡର ଜବାବ ଦେବା ଆରମ୍ଭ କରିଦେଲେଣି । ଟିଏମସି ‘ଜୟ ଶ୍ରୀରାମ’ ସ୍ଥାନରେ ‘ଜୟ ହିନ୍ଦ’, ‘ଜୟ ବାଙ୍ଗଲା’ ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୋଷ୍ଟକାର୍ଡ ପଠାଇବା ଆରମ୍ଭ କରିଦେଲେଣି।

Related Articles

Leave a Reply

Your email address will not be published. Required fields are marked *

Back to top button