May 20, 2024

ରାହୁଲ ଗାନ୍ଧୀଙ୍କ ରେପ ଇନ୍‌ ଇଣ୍ଡିଆ ବୟାନ ମାମଲାରେ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ରିପୋର୍ଟ ମାଗିଲେ ନିର୍ବାଚନ କମିଶନର

1 min read
Rahul-Gandhi-Aajira-Odisha

ଆଓରି-ନୂଆଦିଲ୍ଲୀ(୧୬/୧୨) : ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ରେପ ଇନ୍‌ ଇଣ୍ଡିଆ ବୟାନ ମାମଲାରେ ନିର୍ବାଚନ କମିଶନର ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଙ୍କୁ ଏହି ମାମଲାରେ ରିପୋର୍ଟ ମାଗିଛନ୍ତି ।

ନିର୍ବାଚନ ଆୟୋଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଏହି ମାମଲାର ଅଭିଯୋଗ ମିଳିବା ପରେ କମିଶନର ରାଜ୍ୟର ସିଇଓଙ୍କ ଠାରୁ ଗାନ୍ଧୀଙ୍କ ବିବାଦୀୟ ବୟାନ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି । ଅଧିକାରୀ ଆହୁରି ମଧ୍ୟ କହିଛନ୍ତ ଯେ, କମିଶନର ଜଣାଇଛନ୍ତି ଯେ ଏହି ରିପୋର୍ଟରେ ସିଇଓଙ୍କୁ ଦର୍ଶାଇବାକୁ ପଡିବ ଯେ, ରାହୁଲ ଗାନ୍ଧୀ କେଉଁଠି, କେତେବେଳେ ଓ କେଉଁ ସନ୍ଦର୍ଭରେ ଏହି ବୟାନ ଦେଇଥିଲେ  ।

ଶୁକ୍ରବାର ଦିନ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନିଙ୍କ ସହ ସାଂସଦର ମହିଳାମାନଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ମାଧ୍ୟମରେ କମିଶନର ଏହି କାର୍ଯ୍ୟାନଷ୍ଠାନ ଗ୍ରହଣ କରିଛନ୍ତି । ବିଜେପି ସାଂସଦମାନେ ରାହୁଲଙ୍କ ମେକ ଇନ୍‌ ଇଣ୍ଡିଆକୁ ରେପ୍‌ ଇନ୍‌ ଇଣ୍ଡିଆ ଭଳି ବିବାଦୀୟ ବୟାନ ଦୋଇଥିବାରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ରାହୁଲ ଗାନ୍ଧୀ  12 ଡିସେମ୍ବରରେ  ଝାଡଖଣ୍ଡର ଗୋଡ୍ଡାରେ ଏହି ବିବାଦୀୟ ବୟାନ ଦେଇ ବିବାଦୀୟ ଘେରକୁ ଟାଣି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.