ରାଜ୍ୟ

ଆସନ୍ତାକାଲି ବ୍ରହ୍ମଗିରିରେ ବିଜେପିର ଗାନ୍ଧୀ ସଂକଳ୍ପ ଯାତ୍ରାରେ ସାମିଲ ହେବେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୩୦/୧୦) : ଗତ ଅକ୍ଟୋବର ୨ ତାରିଖ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟି ତରଫରୁ ଦେଶବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ, ନିଶା ନିବାରଣ, ସ୍ୱଦେଶୀ ଅର୍ଥନୀତି, ନୈତିକତା ଯୁକ୍ତ ଶିକ୍ଷା, ଗଣତନ୍ତ୍ରର ମୂଲ୍ୟବୋଧର ବାର୍ତ୍ତା ଏବେ ମଧ୍ୟ ମହତ୍ୱ ରଖିଛି । ପ୍ଲାଷ୍ଟିକ୍ ମୁକ୍ତ ଭାରତ, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଜନସଂଖ୍ୟା ନିୟନ୍ତ୍ରଣ ଏବଂ ମହାତ୍ମା ଗାନ୍ଧୀଙ୍କ ବିଚାରକୁ ଜନ ଆନ୍ଦୋଳନରେ ପରିଣତ କରିବା ଏହି ଯାତ୍ରାର ପ୍ରମୁଖ ଲକ୍ଷ୍ୟ ରହିଛି ।

ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ପୁରୀ ଜିଲ୍ଲା ବ୍ରହ୍ମଗିରୀ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଥିବା ଗାନ୍ଧୀ ସଂକଳ୍ପ ଯାତ୍ରାରେ ସାମିଲ ହେବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଅପରାହ୍ନ ୨.୩୦ରେ ବ୍ରହ୍ମଗିରୀ ବଜାରରେ ପହଞ୍ଚି ସଂକଳ୍ପ ଯାତ୍ରାରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button