ମନୋରଞ୍ଜନ

ରିଲିଜ୍ ହେଲା “ଦବଙ୍ଗ-୩” ଟ୍ରେଲର

ଆଓରି-ନୂଆଦିଲ୍ଲୀ(୨୪/୧୦) : ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ବହୁପ୍ରତୀକ୍ଷିତ ‘ଦବଙ୍ଗ-୩’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ‘ଚୁଲବୁଲ୍‌ ପାଣ୍ଡେ’ ଚରିତ୍ରରେ ସଲ୍ଲୁ ପୁଣିଥରେ ଏହି ଦୀପାବଳିରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି। ଟ୍ରେଲର୍‌ ରିଲିଜ୍‌ ହେବାର ୨୪ ଘଣ୍ଟା ନପୂରୁଣୁ ଏହାକୁ ୧୫ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି। ସୋସିଆଲ ମିଡିଆରେ ମଧ୍ୟ ଟ୍ରେଲରକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଦମଦାର କମେଡି ସାଙ୍ଗକୁ ସଲମନ ଖାନ୍‌ଙ୍କ ଆକ୍ସନ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ‘ଦବଙ୍ଗ-୩’ର ନିର୍ଦ୍ଦେଶନା ଭାର ପ୍ରଭୁଦେବା ଦେଉଛନ୍ତି। ସଲମାନଙ୍କ ଭାଇ ଅରବାଜ ଖାନ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ସଲମାନଙ୍କ ବ୍ୟତୀତ ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ଏବଂ ନବାଗତା ସାଇ ମଞ୍ଜ୍ରେକର ଅଭିନୟ କରୁଛନ୍ତି। ଫିଲ୍ମଟି ଡିସେମ୍ବର ୨୦ରେ ରିଲିଜ୍‌ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button