ସ୍ୱାସ୍ଥ୍ୟ

୫ ବର୍ଷରୁ କମ୍‍ ପିଲାମାନେ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ

ଆଓରି-ନୂଆଦିଲ୍ଲୀ(୧୦/୦୬) : କରୋନା ସଂକ୍ରମଣରେ ପୀଡ଼ିତ ହେଉଥିବା ପିଲାମାନଙ୍କ କ୍ଷେତ୍ରରେ ରେମଡେସିଭିର୍‍ ଔଷଧ ଆଦୌ ବ୍ୟବହାର ନ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ୫ବର୍ଷରୁ କମ୍‍ ପିଲାମାନେ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୮ ବର୍ଷରୁ କମ୍‍ ପିଲାମାନଙ୍କ କ୍ଷେତ୍ରରେ କିଭଳି କରୋନା ମହାମାରୀ ମୁକାବିଲା କରାଯିବ ସେ ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିରେ କୁହାଯାଇଛି ପୂର୍ବରୁ ବୟସ୍କଙ୍କ କ୍ଷେତ୍ରରେ ଜରୁରୀକାଳୀନ ସ୍ଥିତିରେ ରେମେଡେସିଭର୍‍ ଔଷଧ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ପିଲାମାନଙ୍କ କ୍ଷେତ୍ରରେ କୌଣସି ପରିସ୍ଥିତିରେ ଏହି ଔଷଧର ବ୍ୟବହାର କରାଯିବ ନାହିଁ। ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ କହିଛି ୧୮ ବର୍ଷରୁ କମ୍‍ ପିଲାଙ୍କ କ୍ଷେତ୍ରରେ ଏହି ଔଷଧ କେତେ ସୁରକ୍ଷିତ ଏବଂ କେଉଁ ପରିମାଣର କାର୍ଯ୍ୟକ୍ଷମ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଯେଉଁ ପିଲାମାନଙ୍କ କ୍ଷେତ୍ରରେ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ କୌଣସି ଲକ୍ଷଣ ପ୍ରକାଶ ପାଉଥିବ, ସେ କ୍ଷେତ୍ରରେ ମଧ୍ୟ ପରୀକ୍ଷଣର ଆବଶ୍ୟକତା ନାହିଁ। କେବଳ କରୋନା ସଂକ୍ରମଣର ଗୁରୁତର ଏବଂ ଅତି ଗୁରୁତର କ୍ଷେତ୍ରରେ ଏହି ପରୀକ୍ଷା କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button