ଜାତୀୟଶିକ୍ଷା

ସିବିଏସ୍ଇ, ଆଇଏସ୍ସି ଦ୍ୱାଦଶ ପରୀକ୍ଷା ବାତିଲ

ଆଓରି-ନୂଆଦିଲ୍ଲୀ(୦୨/୦୬) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ର ଦ୍ୱାଦଶ ବୋର୍ଡର ପରୀକ୍ଷାକୁ ବାତିଲ କରିଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସିବିଏସ୍ଇର ନିଷ୍ପତ୍ତି ପରେ ପରେ ଆଜି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍  ବୋର୍ଡ ଅନୁରୂପ ନିଷ୍ପତ୍ତି ନେଇଛି । ବିଭିନ୍ନ ରାଜ୍ୟ ଓ ସଂପୃକ୍ତ ଅନ୍ୟ ପକ୍ଷମାନଙ୍କ ସହ ବ୍ୟାପକ ବିଚାରବିମର୍ଶ ପରେ ସିବିଏସ୍ଇ ବୋର୍ଡ ପକ୍ଷରୁ ଆଜିର ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ସମ୍ଭାବ୍ୟ ବିକଳ୍ପ ଅବଗତ କରାଯାଇଥିଲା ।କରୋନା ମହାମାରୀ ବ୍ୟାପିବା ଯୋଗୁ ସିବିଏସ୍ଇ ଏପ୍ରିଲ ୧୪ରେ ଦଶମ ବୋର୍ଡ ପରୀକ୍ଷା ବାତିଲ କରିବା ସହ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଗଲା ବୋଲି ଘୋଷଣା କରିଥିଲେ । ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆହୂତ ବୈଠକରେ ରାଜ୍ୟ ଓ ବିଭିନ୍ନ ପକ୍ଷଙ୍କ ସହ ଏ ବିଷୟରେ ଆଲୋଚନା କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button