ଜାତୀୟ

ଏନପିଆର କୁ କ୍ୟାବିନେଟ୍‌ରେ ମଞ୍ଜୁରୀ

ଆଓରି-ନୂଆଦିଲ୍ଲୀ(୨୪/୧୨) : ସିଏଏ ଓ ଏନଆରସିକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ମୋଦୀ ସରକାରଙ୍କ ପକ୍ଷରୁ ପୁଣି ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)କୁ ମଙ୍ଗଳବାର କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି। ସୂଚନା ମୁତାବକ, ଆଜି ବସିଥିବା କ୍ୟାବିନେଟ୍‍ ବୈଠକରେ ଏନପିଆରକୁ ଅପ୍‌ଡେଟ୍‌ କରିବା ପାଇଁ ମଞ୍ଜୁରୀ ମିଳିଛି।

ନାଗରିକତା ଆଇନ-୨୦୦୩ରେ ଏନପିଆରକୁ ନିମ୍ନ ମତେ ବର୍ଣ୍ଣନା କରାଯାଇଛି,- ଏନପିଆର ଅର୍ଥ କୌଣସି ଗାଁ କିମ୍ବା ଗ୍ରାମାଞ୍ଚଳ, ସହର କିମ୍ବା ୱାର୍ଡ଼ ତଥା ସହରାଞ୍ଚଳର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସମ୍ପୂର୍ଣ୍ଣ ବିବରଣୀ।

Related Articles

Leave a Reply

Your email address will not be published. Required fields are marked *

Back to top button