May 19, 2024

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

1 min read
aayushman-bharat-yojna-Aajira-Odisha

ଆଓରି-ଭୁବନେଶ୍ଵର(୧୨/୦୮) : ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ବିଜେପି ସାଂସଦ । ରାଜ୍ୟ ବିଜେପିର ସମସ୍ତ ୧୨ ଜଣ ସାଂସଦ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ନିବେଦନ କରିଛନ୍ତି ।

ଚିଠିରେ ସମସ୍ତ ୮ଜଣ ଲୋକସଭା ଏବଂ ରାଜ୍ୟସଭା ସାଂସଦଙ୍କ ସ୍ୱାକ୍ଷର ରହିଛି । ରାଜ୍ୟସଭା ସାସଂଦ ଅଶ୍ୱିନୀ ବୈଷ୍ଣବଙ୍କ ସ୍ୱାକ୍ଷର ରହିଥିବା ବେଳେ ମନୋନୀତ ସାଂସଦ ସୋନାଲ ମାନସିଂହ ଓ ରଘୁନାଥ ମହାପାତ୍ରଙ୍କ ସ୍ୱାକ୍ଷର ମଧ୍ୟ ରହିଛି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାକ୍ଷର ମଧ୍ୟ ରହିଛି ଚିଠିରେ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ରାଜ୍ୟ ସରକାରଙ୍କୁ ଆୟୁଷ୍ମାନ ଯୋଜନା ଲାଗୁ ନହେବା ନେଇ ଟାର୍ଗେଟ କରିଥିଲେ । ଖାଲି ସେତିକି ନୁହେଁ କେନ୍ଦ୍ର ସରକାରଙ୍କ ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଗଲେ ଓଡ଼ିଶାର ପ୍ରାୟ ୬୦ଲକ୍ଷ ହିତାଧିକାରୀ ଉପକୃତ ହେବେ । ପ୍ରତ୍ୟେକ ହିତାଧିକାରୀ ମାଗଣାରେ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ପାଇ ପାରିବେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.