ରାଜନୀତିରାଜ୍ୟ

ବିଜେପୁରରେ ବିଜେଡ଼ିର ବାଜିମାତ ; ରୀତା ସାହୁ ବିଜୟୀ

ଆଓରି-ଭୁବନେଶ୍ଵର(୨୪/୦୯) : ବିଜେପୁରରେ ପୁଣି ବାଜି ମାରିଲେ ରୀତା ସାହୁ । ଦ୍ୱିତୀୟ ଥର ପାଇଁ ରୀତା ସାହୁଙ୍କ ଉପରେ ବିଜେପୁରବାସୀ ଆସ୍ଥା ପ୍ରକଟ କରିଛନ୍ତି । ରେକର୍ଡ ସଂଖ୍ୟକ ଭୋଟ୍‌ ହାସଲ କରିଛନ୍ତି ରୀତା । ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡ଼ତିଆଙ୍କୁ ପ୍ରାୟ ୯୨୭୧୩ ଭୋଟ୍‌ରେ ପରାଜିତ କରିଛନ୍ତି । ତେବେ କଂଗ୍ରେସ ଏଠାରେ ମୂଳ ପୋଛ ହୋଇଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ବିଜେପୁର ଏବେ ପୁଣି ବିଜେଡି ହାତକୁ ଚାଲିଯାଇଛି । ପୂର୍ବତନ କଂଗ୍ରସ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ସାମିଲ ହେବା ପରେ ବିଜେପୁରକୁ କବ୍‌ଜା କରିଥିଲା ବିଜେଡି । ତେବେ ଗତ ସାଧାରଣ ନିର୍ବାଚନରେ ସର୍ବାଧିକ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଧାୟକ ଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ହେଲେ ରୀତା ସାହୁ ଆଜି ସୌମ୍ୟଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେହିଭଳି ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ମଧ୍ୟ ରୀତା ସାହୁ ଢ଼େର ଅଧିକ ସଂଖ୍ୟାରେ ଭୋଟ୍‌ ପାଇଛନ୍ତି ।

ମୋଟ ୨୧ରାଉଣ୍ଡ ଗଣତି ହୋଇଥିବା ବେଳେ ଆରମ୍ଭରୁ ହିଁ ରୀତା ସାହୁ ଆଗରେ ରହି ଆସିଥିଲେ । ୨୧ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧,୨୮,୦୯୬ ଭୋଟ୍‌ ପାଇଥିବା ବେଳେ ବିଜେପି ପାଇଥିଲା ୩୫,୭୭୯ ଭୋଟ ପାଇଛି । ଅନ୍ୟପଟେ କଂଗ୍ରେସ ପାଇଛି ୫୩୯୯ ଖଣ୍ଡ ଭୋଟ୍‌ ।

Related Articles

Leave a Reply

Your email address will not be published. Required fields are marked *

Back to top button