ଖେଳଜାତୀୟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ବ୍ୟାଡ୍‌ ମିଣ୍ଟନ ଚାମ୍ପିଅନ ପିଭି ସିନ୍ଧୁ

ଆଓରି-ନୂଆଦିଲ୍ଲୀ(୦୪/୦୯) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ପିଭି ସିନ୍ଧୁ । ବ୍ୟାଡ୍‌ ମିଣ୍ଟନ ଚାମ୍ପିଅନ ପିଭି ସିନ୍ଧୁ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଛନ୍ତି । ନିକଟ ଅତୀତରେ ସିନ୍ଧୁ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଟାଇଟଲ ହାସଲ କରିଛନ୍ତି । ଏହି ଟାଇଟଲ ହାସଲ କରିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ ।

ପିଭି ସିନ୍ଧୁ ଓ ତାଙ୍କ ପିତା ପିଭି ରମଣଙ୍କୁ ଭେଟି ଧର୍ମେନ୍ଦ୍ର ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏହା ସହ ସେ ତାଙ୍କୁ ଏକ ଓଡ଼ିଆ ସାଲ୍‌ ଉତ୍ତରୀୟ ଭାବେ ପ୍ରଦାନ କରିଛନ୍ତି । ବିଶ୍ୱ ଚାମ୍ପିଅନ୍‌ସିପ୍‌ ଟାଇଟଲ ହାସଲ କରିଥିବାରୁ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଏହା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button