ଜାତୀୟ

ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଭାରତର ନିର୍ବାଚନ କମିସନର୍‌

ଆଓରି-ନୂଆଦିଲ୍ଲୀ(୦୯/୦୬) : ଜୁନ୍‌ ୮ ତାରିଖରେ ‘ଦି ଗେଜେଟ୍‌’ରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ସମ୍ବିଧାନର ଧରା ୩୨୪ (୨) ବ୍ୟବସ୍ଥା ଅନୁସାରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ରାଷ୍ଟ୍ରପତି ଭାରତର ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଦାୟିତ୍ବ ଗ୍ରହଣ କରିବା ଦିନ ଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ଭାରତର ନିର୍ବାଚନ କମିସନ୍‌ରେ ଥିବା ଅନ୍ୟ ଦୁଇଜଣ ନିର୍ବାଚନ କମିସନର୍‌ ସୁଶୀଳ ଚନ୍ଦ୍ରା ଏବଂ ରାଜୀବ କୁମାରଙ୍କ ସହ ସମ୍ପ୍ରତି ଅନୁପ ଚନ୍ଦ୍ର ପାଣ୍ଡେ ମୁଖ୍ୟ ନିର୍ବାଚନ କମିସନର୍‌ ଭାବେ ଯୋଗ ଦେବେ। ଭାରତର ଏହି ତିନିଜଣ ନିର୍ବାଚନ କମିସନର୍‌ ୬ ବର୍ଷ ପର୍ଯ୍ୟନ୍ତ ବା ସେମାନେ ୬୫ ବର୍ଷ ବୟସରେ ଉପନୀତ ହେବା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ।

Related Articles

Leave a Reply

Your email address will not be published. Required fields are marked *

Back to top button