ରାଜ୍ୟ

ଓଡ଼ିଶାକୁ ୫ଠଠ କୋଟି ସହାୟତା

ଆଓରି-ଭୁବନେଶ୍ଵର(୨୯/୦୫) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାତ୍ୟା ୟସ ଯୋଗୁ ପ୍ରଭାବିତ ହୋଇଥିବା ଓଡ଼ିଶା ଓ ପଶ୍ଚିମବଙ୍ଗରେ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି । ସେ ଓଡ଼ିଶାର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସମେତ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁରର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ । ଭୁବନେଶ୍ୱର ଠାରେ, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା ପାଇଁ ଅନୁଷ୍ଠିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ଯେ ବାତ୍ୟା ୟସ୍ କାରଣରୁ ଓଡ଼ିଶାର ସର୍ବାଧିକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଏହାପରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର କିଛି ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ହୋଇଛି । ଶ୍ରୀ ମୋଦୀ ଏହି ଅବସରରେ ତୁରନ୍ତ ସହାୟତା କାର୍ଯ୍ୟ ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ଏଥିମଧ୍ୟରୁ ଓଡ଼ିଶାକୁ ତୁରନ୍ତ ୫୦୦ କୋଟି ଟଙ୍କା ସହାୟତା ଦିଆଯିବ । ବାକି ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ଦିଆଯିବ, ଯାହାକି କ୍ଷୟକ୍ଷତିକୁ ଆଧାର କରି ପ୍ରଦାନ କରାଯିବ । କେନ୍ଦ୍ର ସରକାର କ୍ଷୟକ୍ଷତି ଆକଳନ ପାଇଁ ପ୍ରଭାବିତ ରାଜ୍ୟଗୁଡ଼ିକୁ ଏକ ଆନ୍ତଃମନ୍ତ୍ରୀସ୍ତରୀୟ ଦଳ ପଠାଇବେ, ଏହାକୁ ଆଧାର କରି ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ ।ଏହି ବାତ୍ୟା କାରଣରୁ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରିଥିଲେ ଏବଂ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଜୀବନ ହରାଇଥିବା ଲୋକମାନଙ୍କ ପରିବାରବର୍ଗଙ୍କ ପାଇଁ ଗଭୀର ଦୁଃଖ ପ୍ରକଟ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button