May 20, 2024

୨୪ଘଣ୍ଟାରେ ଲଘୁଚାପ; ଦକ୍ଷିଣ ଓ ପଶ୍ଚିମରେ ଓଡିଶାରେ ଅଧିକ ବର୍ଷା

1 min read

ଭୁବନେଶ୍ୱର ଅଗଷ୍ଟ୨୫(ଆଜିର ଓଡ଼ିଶା): ଉତ୍ତର ବଙ୍ଗୋପସାଗରରେ ଗୁରୁବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ । ଏହା ଉତ୍ତର ଓ ପଶ୍ଚିମରେ ଗତି କରି କିଛି ସମୟ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ରହିବା ସହିତ ପୁନର୍ବାର ଓଡ଼ିଶାକୁ ମୁହାଁଇବାର ପୂର୍ଣ୍ଣ ସମ୍ଭାବନା ଅଛି । ଏହାଫଳରେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଏବଂ ଉପକୂଳରେ ମଧ୍ୟମ ଓ ଉତ୍ତରରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଆସନ୍ତା ୬ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପ୍ରଭାବ ଲାଗିରହିବ । ଆଗକୁ ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମି ସକ୍ରିୟ ରହୁଥିବାରୁ ନିଅଣ୍ଟିଆ ସ୍ଥିତି ସୁଧୁରିବା ସହିତ ଏସବୁ ଜିଲାରେ ଅଧିକ ବର୍ଷା ହେବ ଏବଂ ଚାଷ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.