ଆନ୍ତର୍ଜାତୀୟ

ପାକିସ୍ତାନ: ଆତଙ୍କୀ ହମ୍‌ଲାରେ ୧୨ ମୃତ, ୪ ଆତଙ୍କୀ ନିହତ

ପେଶାୱର: ପାକିସ୍ତାନରେ ଆଜି ପୃଥକ ପୃଥକ ସ୍ଥାନରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି।

ଆଜି ସକାଳ ପ୍ରାୟ ୬ଟା ବେଳେ ୪ ଜଣ ଆତଙ୍କବାଦୀ ପେଶାୱର ସହରର ଖ୍ରୀଷ୍ଟିଆନ୍ କଲୋନୀରେ ଆଖିବୁଜା ଗୁଳି କରିଥିଲେ। ଏଥିରେ ଦୁଇ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ସମସ୍ତ ୪ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଇଣ୍ଟର ସର୍ଭିସ୍ ପବ୍ଲିକ୍ ଡାଇରେକ୍ଟର ଜେନେରାଲ ଅସୀମ ବାଜୱା କହିଛନ୍ତି।

ଏହି ଘଟଣାର କିଛି ସମୟ ପରେ ପେଶାୱରଠାରୁ ପ୍ରାୟ ୫୦ କିଲୋମିଟର ଦୂର ମରଦାନ ଜିଲ୍ଲା କୋର୍ଟରେ ଦୁଇଟି ବୋମା ବିସ୍ଫୋରଣ ଘଟିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।

ପାକିସ୍ତାନ ଗଣମାଧ୍ୟମଗୁଡ଼ିକରେ ପ୍ରକାଶିତ ଖବର ଅନୁଯାୟୀ ଖ୍ରୀଷ୍ଟିଆନ୍ କଲୋନୀରେ ଆକ୍ରମଣ କରିଥିବା ସମସ୍ତ ଆତଙ୍କବାଦୀ ବୋମାରେ ଭର୍ତ୍ତି ଜ୍ୟାକେଟ୍ ପିନ୍ଧିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ନିଜକୁ ନିଜେ ଉଡ଼ାଇ ଦେଇଥିଲେ। ଆଉ ଦୁଇ ଜଣଙ୍କୁ ପୋଲିସ୍ ମାରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button