ବାଣିଜ୍ୟ

ନଭେମ୍ବର ସୁଦ୍ଧା ତାଳଚେର ସାର କାରଖାନାର ପୁନରୁଦ୍ଧାର: କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ସୁଦ୍ଧା ଆରମ୍ଭ ହେବ ତାଳଚେର ସାର କାରଖାନାର ପୁନରୁଦ୍ଧାର କାମ। କୋଲ ଟୁ ଗ୍ୟାସ୍‌ ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏଠାରେ ସାର ଉତ୍ପାଦନ ହେବ। ତାଳଚେର ସାର କାରଖାନାର ପୁନରୁଦ୍ଧାରକୁ ନେଇ ଆଜି ହୋଇଥିବା ଏକ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଅନନ୍ତ କୁମାର।

ସେ କହିଛନ୍ତି,“ସାର କରାଖାନାର ପୁନରୁଦ୍ଧାର ଦିଗରେ ସାର ଓ ରସାୟନ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ କୋଇଲା ଓ ଶକ୍ତି ମନ୍ତ୍ରଣାଳୟ ଏକାଠି କାମ କରୁଛନ୍ତି। ଦେଶରେ ୮୦ ଲକ୍ଷ ଟନ୍‌ ୟୁରିଆ ସାର ଆବଶ୍ୟକ ପଡୁଥିବା ବେଳେ ତାଳଚେର ସାର କାରଖାନାରୁ ୧୩ଲକ୍ଷ ମେଟ୍ରିକ୍‌ ଟନ୍‌ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି,“ଆସନ୍ତା ୨ କିମ୍ବା ୩ ମାସ ମଧ୍ୟରେ ଶିଳାନ୍ୟାସ କାର୍ଯ୍ୟ ଶେଷ କରିବୁ। ଆମେ ଏହାକୁ କୋଲ ଗ୍ୟାସିଫ୍‌କେଶନ ପ୍ରାଣାଳୀରେ ଉତ୍ପାଦନ କରିବୁ। ଏହା ଭାରତୀୟ କୃଷକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ।”

ଏହି ବୈଠକରେ ଯୋଗ ଦେଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ତାଳଚେର ଫର୍ଟିଲାଇଜର କମ୍ପାନୀ ନାଁରେ ଏକ କମ୍ପାନୀର ଗଢାଯାଇ ସାରିଛି। ବୈଷିୟକ ଜ୍ଞାନର ବିକାଶ ହୋଇଗଲା ପରେ ମାସେ ୨ ମାସ ମଧ୍ୟରେ ଶୁଭ ଦିଆଯିବ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ।”

Related Articles

Leave a Reply

Your email address will not be published. Required fields are marked *

Back to top button