![](https://www.aajiraodisha.org/wp-content/uploads/2021/05/aajira-odisha-suprime-court.jpg)
ଆଓରି-ଭୁବନେଶ୍ବର(୩୧/୦୫) : ବାତିଲ ହେବ କି ସିବିଏସ୍ଇ ଓ ଆଇସିଏସଇ ଦ୍ୱାଦଶ ପରୀକ୍ଷା ? ଆଜି ଦିନ ୧୧ଟାରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ପରୀକ୍ଷା ରଦ୍ଦ କରିବା ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ । କରୋନା ମହାମାରୀ ଭିତରେ ପରୀକ୍ଷା ରଦ୍ଦ କରିବା ପାଇଁ ଦାବି ହୋଇଛି । କରୋନା ଯୋଗୁ କେନ୍ଦ୍ର ସରକାର ଦ୍ୱାଦଶ ପରୀକ୍ଷା ସ୍ଥଗିତ ରଖିଛନ୍ତି । ପରୀକ୍ଷା ନେଇ ଆସନ୍ତାକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କୌଣସି ନିଷ୍ପତ୍ତି ଶୁଣାଇଥାନ୍ତେ । ଏହା ପୂର୍ବରୁ ଆଜି ସୁପ୍ରିକୋର୍ଟରେ ଶୁଣାଣି ହେଉଛି । ମେ’ ୨୮ ତାରିଖରେ ଏହି ମାମଲାର ଶୁଣାଣି କରି ଆଜି ପାଇଁ ଘୁଂଚାଇ ଦେଇଥିଲେ କୋର୍ଟ । ସିବିଏସଇ ଓ ଆଇସିଏସଇ ବୋର୍ଡ ସହ କେନ୍ଦ୍ର ସରକାରଙ୍କ ପକ୍ଷ ରଖିବା ପାଇଁ ସୁଯୋଗ ଦେଇଥିଲେ ।