ବାଣିଜ୍ୟ

ଓଡ଼ିଶାରେ ପର୍ଯ୍ୟଟନ ଓ ବୟନ ଶିଳ୍ପ ବିକାଶ ପାଇଁ ବ୍ୟାପକ କ୍ଷେତ୍ର ରହିଛି: ଅରବିନ୍ଦ ସୁବ୍ରମଣ୍ୟନ୍‌

ଭୁବନେଶ୍ୱର: “ଓଡ଼ିଶାରେ ପର୍ଯ୍ୟଟନ ଓ ବୟନ ଶିଳ୍ପ ବିକାଶ ପାଇଁ ବ୍ୟାପକ କ୍ଷେତ୍ର ରହିଛି। ତେଣୁ ଏହି ଦୁଇ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେବା ଦରକାର” ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌। ଭୁବନେଶ୍ୱର ଜାଭିଅର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜ୍‌ମେଣ୍ଟରେ ଆୟୋଜିତ ‘ଇକୋନୋମିକ୍‌ ସର୍ଭେ ଆଉଟ୍‌ ରିଚ୍‌’ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଏହାସହ ବିଭିନ୍ନ ଦେଶର ଜିଡିପି ସହ ତୁଳନା କରି ଆଗାମୀ ଦିନରେ ଭାରତର ଜିଡିପି କେଉଁ ସ୍ଥିତିରେ ରହିବ ସେ ସମ୍ପର୍କରେ ମତ ରଖିଛନ୍ତି।

ଓଟିଭି ଓ ଜାଭିଅର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଜାଭିଅର ଇନ୍‌ଷ୍ଟିଚ୍ୟୁଟ୍‌ ନିର୍ଦ୍ଦେଶକ ଡକ୍‌ଟର ପାଲ୍‌ ଏବଂ ଓଟିଭି ନେଟ୍‌ୱର୍କର କୋ-ଫାଉଣ୍ଡର ଜଗି ମଙ୍ଗତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button