ଜାତୀୟ

ତିନିଦିନିଆ ଭାରତ ଭ୍ରମଣରେ ଜାମ୍ବିଆ ରାଷ୍ଟ୍ରପତି ଏଡ଼ଗର ଲୁଙ୍ଗୁ

ଆଓରି-ନୂଆଦିଲ୍ଲୀ(୨୧/୦୮) : ଜାମ୍ବିଆ ରାଷ୍ଟ୍ରପତି ଏଡ଼ଗର ଲୁଙ୍ଗୁ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସୂଚନାନୁସାରେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏପ୍ରିଲ ମାସରେ ଜାମ୍ବିଆ ଗସ୍ତରେ ଯାଇଥିଲେ । ଲୁଙ୍ଗୁଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିମନ୍ତ୍ରଣକୁ ରକ୍ଷା କରି ସେ ଭାରତ ଭ୍ରମଣରେ ଆସିଛନ୍ତି  । ଆଜି ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ କରାଯାଇଥିବାବେଳେ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ  । ଏହାପରେ ଲୁଙ୍ଗୁ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ଉପରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତେବେ ଲୁଙ୍ଗୁଙ୍କ ଗସ୍ତକୁ ନେଇ ବେଦାନ୍ତ କମ୍ପାନୀ ବିବାଦୀୟ ପ୍ରସଙ୍ଗ ସୃଷ୍ଟି କରିଛି ।

ବେଦାନ୍ତ ପକ୍ଷରୁ କୁହାଯାଇଥିଲା ଯେ, ଜାମ୍ବିଆରେ ଥିବା ବିବାଦୀୟ କଂକୋଲା ତମ୍ବା ଖଣିକୁ ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରାଯିବ  । କିନ୍ତୁ ଜାମ୍ବିଆ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତି ଏହି ବିବାଦୀୟ ଖଣି ପ୍ରସଙ୍ଗରେ କୌଣସି ଆଲୋଚନା କରିବେ ନାହିଁ  । ରାଷ୍ଟ୍ରପତି ଓ ତାଙ୍କ ପ୍ରତିନିଧି ମଣ୍ଡଳ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ସହ କୌଣସି ବୈଠକ କରିବେ ନାହିଁ ବୋଲି ଜାମ୍ବିଆ ପକ୍ଷରୁ ରୋକଠୋକ କୁହାଯାଇଛି ।

ଏଠାରେ ସୂଚନା ଥାଉ କି କଂକୋଲା ତମ୍ବା ଖଣି ପାଇଁ ଅଧିକାରୀ ନିଯୁକ୍ତିକୁ ନେଇ ବେଦାନ୍ତ ଓ ଜାମ୍ବିଆ ସରକାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି  । ଜାମ୍ବିଆ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଏହି ନିଯୁକ୍ତିକୁ ନେଇ ବେଦାନ୍ତ ନିଜର ସର୍ତ୍ତକୁ ଉଲ୍ଲଙ୍ଘନ କରିଛି  । କିନ୍ତୁ ବେଦାନ୍ତ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button