ସେନାଙ୍କ ଗୁଳିରେ ଟଳିଲେ ପୁଲଓ୍ୱାମା ଆକ୍ରମଣରେ ଜଡିତ ଆତଙ୍କୀଙ୍କ ମୁଖିଆ ହମିଦ୍ ଲଲହାରୀ ନିହତ
1 min read
ଆଓରି-ନୂଆଦିଲ୍ଲୀ(୨୩/୧୦) : ଜମ୍ମୁ କାଶ୍ମୀରର ପୁଲଓ୍ୱାମା ଜିଲ୍ଲାର ତ୍ରାଲରେ ହୋଇଥିବା ଆକ୍ରମଣରେ ଆତଙ୍କୀଙ୍କ ମୁଖିଆ ହମିଦ୍ ଲଲହାରୀକୁ ଭାରତୀସେନା ନିହତ କରିଛନ୍ତି । ଲଲହାରୀ, ଜାକୀର ମୁସାର ବାଦ ଘାଟିରେ ସକ୍ରିୟ ଥିଲା । ଏବେ ଘାଟିରୁ ମୁସାଗୃପ୍କୁ ସଫା କରିଛି ସେନା ।
ଜମ୍ମୁ କାଶ୍ମୀରରର ଡିଜିପି ଦିଲବାଗ ସିଂହ ବୁଧବାର ଦିନ ଏକ ପ୍ରେସ୍ କନଫରେନ୍ସ କରି ପୁଲଓ୍ୱାମା ଜିଲ୍ଲାର ତ୍ରଲରେ ହୋଇଥିବା ଆକ୍ରମଣର ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତ୍ରାଲରେ ହାମିଦ୍ ଲଲହାରୀ ବ୍ୟତିତ ଜୈଶ ସହିତ ସଂଯୋଗ ଥିବା ନାବିଦ ଟାକ ଓ ଜୁନୈଦ ଭଟ୍ଟ ମଧ୍ୟ ନିପାତ ହୋଇଛନ୍ତି । ସିଂହ କହିଛନ୍ତି ଯେ, ତ୍ରାଲ ରେ ମରି ଥିବା ଆତଙ୍କୀ ସ୍ଥାନୀୟ ଥିଲେ । ହାମିଦ୍ ଲଲହାରୀ ଆତଙ୍କୀ ସଙ୍ଗଠନ ଅଂଶାର ଗଜବାତ ଉଲ ହିନ୍ଦର କମାଣ୍ଡର ଥିଲା । ହାମିଦ ୨୦୧୬ରୁ ସକ୍ରିୟ ଥିଲା ।