ଆନ୍ତର୍ଜାତୀୟ ଖେଳରୁ ଅବସର ନେଲେ ଯୁବରାଜ
1 min read
ଆଓରି-ନୂଆଦିଲ୍ଲୀ(୧୦/୦୬) : ଅନ୍ତର୍ଜାତୀୟ ଖେଳକୁ ଅଲବିଦା କହିଲେ ଯୁବରାଜ ସିଂହ । ଏକ ପ୍ରେସମିଟ୍ ଜରିଆରେ ଏନେଇ ସୂଚନା ଦେଇଛନ୍ତି କ୍ରିକେଟର ଯୁବରାଜ । ୨୦୦୭ ଟି-୨୦ ୱାର୍ଲ୍ଡକପ ଓ ୨୦୧୧ କ୍ରିକେଟ ୱାର୍ଲ୍ଡକପରେ ହିରୋ ସାଜିଥିବା ଯୁବରାଜ ସିଂହ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ।
ଯୁବିଙ୍କ କ୍ରିକେଟ କ୍ୟାରିୟର ଖୁବ ଭଲ ଥିଲା । ଏମିତିକି ଗୋଟିଏ ସମୟରେ ପଡ଼ିଆରେ କେବଳ ଯୁବିଙ୍କ ନାଁ ଗୁଞ୍ଜରିତ ହେଉଥିଲା । ୨୦୧୧ କ୍ରିକେଟ ୱାର୍ଲ୍ଡକପରେ ଯୁବରାଜ ନିଜର ପ୍ରଦର୍ଶନ ପାଇଁ ୟୁଥ୍ମାନଙ୍କ ରୋଲ୍ ମଡେଲ ହୋଇପାରିଥିଲେ । ପରବର୍ତ୍ତୀ ସମୟରେ ଶାରୀରିକ ଅସୁସ୍ଥତା କାରଣରୁ ଯୁବରାଜ କ୍ରିକେଟରେ ଭଲ ପ୍ରଦର୍ଶନ କରିପାରିନଥିଲେ ।
ଏହାସହ ତାଙ୍କୁ ଅଧିକାଂଶ ମ୍ୟାଚ୍ରେ ସ୍ଥାନ ନମିଳିବାକୁ ନେଇ ଯୁବିଙ୍କ ବାପା ସିଧା ଧୋନିଙ୍କୁ ଟାର୍ଗେଟ କରିଥିଲେ । କିନ୍ତୁ ବହୁ ବାଦ ବିବାଦ ପରେ ଯୁବି ପୁଣିଥରେ କ୍ରିକେଟରେ ଇନିଂସ୍ ଆରମ୍ଭ କରିବାକୁ ଚାହୁଁଥିଲେ । କିନ୍ତୁ ଶେଷରେ ଫ୍ୟାନମାନଙ୍କୁ ଦୁଃଖି କରି ଅନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା ଘୋଷଣା କରିଦେଲେ ।
ଯୁବିଙ୍କ ପ୍ରଦର୍ଶନ କଥା କହିଲେ, ୩୦୪ଟି ଦିନିକିଆ ଖେଳି ୮୭୦୧ ରନ୍ କରିଛନ୍ତି ଯୁବରାଜ । ୪୦ଟି ଟେଷ୍ଟ ମ୍ୟାଚ୍ରୁ ୧୯୦୦ ରନ୍ ସଂଗ୍ରହ କରିବା ସହ ୫୮ଟି ଟି-୨୦ ମ୍ୟାଚ୍ରୁ ଯୁବି କରିଛନ୍ତି ୧୧୭୭ ରନ୍ । ତେବେ ଚଳିତ ଓ୍ୱାର୍ଲ୍ଡକପ୍ରେ ଯୁବିଙ୍କ ଖରାପ ଫର୍ମ ଏବଂ ଫିଟ୍ନେସ୍ କାରଣରୁ ସ୍ଥାନ ଦିଆଯାଇ ନାହିଁ ।