ରାଜ୍ୟ

ଜଳପ୍ରପାତରୁ ୫୦ ଫୁଟ ତଳକୁ ଖସି ପଡ଼ିଲେ ଯୁବକ

ଆ.ଓ.ରି(ତା୩|୫)-ଜଳପ୍ରପାତରେ ଫଟୋ ଉଠାଇବା ହେଲା କାଳ। ଫଟୋ ଉଠାଇବା ବେଳେ ଜଳପ୍ରପାତରୁ ୫୦ ଫୁଟ ତଳକୁ ଖସି ପଡ଼ିଲେ ଯୁବକ। ଯୁବକ ଜଣକ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି।କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଗାଲି ଗବଡ଼ରେ ଥିବା ରତିବାଲି ଜଳପ୍ରପାତରେ ଏହି ଅଘଟଣ ଘଟିଛି।  ଆହତ ହୋଇଥିବା ଯୁବକଙ୍କ ନାଁ ସୁବ୍ରତ ନାଗ। ଗତକାଲି ସେ ଏହି ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ଫଟୋ ଉଠାଇବା ସମୟରେ ଖସି ଯାଇଥିଲା ତାଙ୍କ ଗୋଡ଼। ଫଳରେ ପ୍ରାୟ ୫୦ ଫୁଟ ଉପରୁ ତଳକୁ ଖସି ପଡ଼ିଥିଲେ ସୁବ୍ରତ।

କେତେକ ଯୁବକ ତାଙ୍କୁ ବହୁ କଷ୍ଟରେ ଉଦ୍ଧାର କରି ଉପରକୁ ଆଣିବା ପରେ ପ୍ରଥମେ ପଟ୍ଟାଙ୍ଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ସୁବ୍ରତଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୁବ୍ରତଙ୍କ ଘର କଳାହାଣ୍ଡି ଜିଲ୍ଲାରେ ବୋଲି ଜଣାପଡ଼ିଛି।  ସେ ପାଖ ମୀନା ବଜାରରେ କାମ କରୁଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button