Uncategorizedରାଜ୍ୟ

ବଢ଼ିଲା ଯୋଗୀଙ୍କ ସୁରକ୍ଷା ଚିନ୍ତା ; କେବଳ ୪୦ ବର୍ଷରୁ କମ୍‌ ପୁଲିସକୁ ଦିଆଯିବ ଦାୟିତ୍ୱ

ଆଓରି-ନୂଆଦିଲ୍ଲୀ(୭/୭): ଉତ୍ତରପ୍ରଦେଶ ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନ ପ୍ରତି ବିପଦ ବଢ଼ୁଛି। ବିଶେଷ କରି ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ ସମୟରେ ଆଦିତ୍ୟନାଥ ଯୋଗୀ ଉତ୍ତର ପ୍ରଦେଶ ସହିତ ଅନ୍ୟ ରାଜ୍ୟକୁ ଜଣେ ଷ୍ଟାର ପ୍ରଚାରକ ଭାବେ ବାରମ୍ବାର ଗସ୍ତ କରିବାର ଯୋଜନା ଥିବା ବେଳେ ଏହି ସମୟରେ ତାଙ୍କ ଉପରେ ଆକ୍ରମଣ ଆଶଙ୍କା ବଢ଼ିପାରେ। ତେଣୁ ଉତ୍ତରପ୍ରଦେଶ ସରକାର ଏବେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ସୁରକ୍ଷା କର୍ମୀ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡ଼ିଛି। ଯୋଗୀଙ୍କ ସୁରକ୍ଷା ଦାୟିତ୍ୱରେ ରହୁଥିବା ପୁଲିସ ଓ ଅନ୍ୟ ସୁରକ୍ଷା କର୍ମୀଙ୍କ ବୟସ କୌଣସି ପରିସ୍ଥତିରେ ୪୦ ଯେପରି ନ ଟପେ ସେଥିପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଗୃହବିଭାଗ ଯୋଜନା କରିଛି।ଏହା ଫଳରେ ଯେତେ ଅଭିଜ୍ଞତା ସମ୍ପନ୍ନ ହୋଇଥିଲେ ମଧ୍ୟ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସୁରକ୍ଷା ଦାୟିିତ୍ୱରେ ୪୦ ବର୍ଷ ଉପରେ ଥିବା କର୍ମଚାରୀମାନଙ୍କୁ ସେଠାରୁ ହଟାଇ ନେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ସୂଚନା କ୍ରମେ ୨୦୧୭ ମସିହାରେ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରାୀ ହେବା ପୂର୍ବରୁ ଯୋଗୀଙ୍କୁ ‘ଓ୍ଵାଇ’ କାଟାଗୋରି ସୁରକ୍ଷା ଯୋଗାଇ ଦିଆଯାଉଥିଲା। ପରେ ପରେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ‘ଜେଡ୍‌’କାଟାଗୋରି ସୁରକ୍ଷା ଯୋଗାଇ ଦିଆଯିବା ସହିତ ତାଙ୍କ ସୁରକ୍ଷା ପାଇଁ ସିଆଇଏସଏଫର ୨୮ କମାଣ୍ଡୋ ଓ ୧୨ ୟୁପି ପୁଲିସଙ୍କୁ ନିୟୋଜିତ କରାଯାଇଛି।ଏତଦ୍‌ବ୍ୟତୀତ ଲୋକାଲ ଏସକର୍ଟ ଟିମ, ପାଇଲଟିଂ ଗାଡ଼ି, ଜାମର ଭେହିକିଲ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ୟୁପି ପୁଲିସ ମୁଖ୍ୟାଳୟର ମୁଖପାତ୍ର ରାହୁଲ ଶ୍ରୀବାସ୍ତବ କହିଛନ୍ତି ଯେ କେବଳ ନିଜକୁ ଫିଟ୍‌ ରଖିଥିବା ଓ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିୀତବ ନେଇ ବେଶ ସତର୍କ ରହୁଥିବା ୪୦ ବର୍ଷରୁ କମ୍‌ ପୁଲିସ କର୍ମଚାରୀଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯିବ

Related Articles

Leave a Reply

Your email address will not be published. Required fields are marked *

Back to top button