ରାଜନୀତି

ଚପଲରେ ପିଟିବା ପ୍ରସଙ୍ଗ: ଉଦ୍ଧବଙ୍କୁ ଏମିତି ଜବାବ ଦେଲେ ଯୋଗୀ ଆଦିତ୍ୟନାଥ

ଆ.ଓ.ରି(ତା୨୭|୫)-ଶିବସେନା ଓ ବିଜେପି ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି I ଚପଲ ଖୋଲି ପିଟିବାକୁ ଇଚ୍ଛା ହେଊଥିବା ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ। ଯୋଗୀ ଅଦିତ୍ୟନାଥ ଉଦ୍ଧବ ଥାକରେଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ମୁଁ ଉଦ୍ଧବ ଠାକରେଙ୍କଠାରୁ ଅଧିକ ସଭ୍ୟ ଓ ସଂସ୍କାରୀ। ତେଣୁ ସେ ମୋତେ କିଛି ଶିକ୍ଷା ଦିଅନ୍ତୁ ନାହିଁ।

ଶୁକ୍ରବାର ଶିବସେନା ମୁଖପତ୍ର ସାମନାରେ ଉଦ୍ଧବ ଥାକରେ ଯୋଗୀଙ୍କୁ ଭୋଗୀ ବୋଲି କହିଛନ୍ତି । ଶିବାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ବେଳେ ଯୋଗୀ ଚପଲ ଖୋଲି ନ ଥିବା ଅଭିଯୋଗ କରିଥିଲେ ଉଦ୍ଧବ I ତେଣୁ ତାଙ୍କୁ ଚପଲରେ ପିଟିବାକୁ ଇଛା ହେଉଥିବା କହିଥିଲେ। ଖବର ଅନୁସାରେ ମହାରାଷ୍ଟ୍ରର ପାଲଘରରେ ଉପନିର୍ବାଚନ ହେବାକୁ ଥିବାରୁ ଯୋଗୀ ବିଜେପି ପାଇଁ ପ୍ରଚାର କରିବାକୁ ସେଠାକୁ ଯାଇଥିଲେ। ଏହି ଅବସରରେ ସେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ସୂଚନାଯୋଗ୍ୟ, ପାଲଘର ଉପନିର୍ବାଚନରେ ଶିବ ସେନା ଓ ବିଜେପି ଉଭୟଙ୍କ ବିରୋଧରେ ପ୍ରାର୍ଥୀ ଦେଇଛନ୍ତି I

Related Articles

Leave a Reply

Your email address will not be published. Required fields are marked *

Back to top button