ରାଜ୍ୟ

ତୀକ୍ଷ୍ଣ ସ୍ମୃତିଶକ୍ତି ପାଇଁ ଦୁଇ ଭଉଣୀ ହନି ଓ ହସିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଆଓରି-ନୂଆଦିଲ୍ଲୀ(୨/୭) : ନିଜର ତୀକ୍ଷ୍ଣ ତଥା ଶାଣିତ ସ୍ମୃତିଶକ୍ତି ପାଇଁ ଏବେ ସମଗ୍ର ଦେଶରେ ଚର୍ଚ୍ଚିତ ହୋଇ ପଡ଼ିଥିବା ଉତ୍ତରପ୍ରଦେଶର ଦୁଇ ଭଉଣୀ ହନି ସିଂହ ଓ ହସି ସିଂହଙ୍କୁ ଆଜି ସେମାନଙ୍କ ବାସଭବନରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।  ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନକୁ ରାଜ୍ୟରେ ଆଉରି ସଫଳ ଓ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଭଉଣୀ ହନି ଓ ହସିଙ୍କୁ ସେମାନଙ୍କ ବାସଭବନରେ ଭେଟିବା ସହ ପ୍ରତ୍ୟେକଙ୍କୁ ୫୧ ହଜାର ଲେଖାଁଏ ନଗଦ ଅର୍ଥରାଶିରେ ପୁରସ୍କୃତ ମଧ୍ୟ କରିଛନ୍ତି।

ଆଜି ହନି ଓ ହସିଙ୍କୁ ସାକ୍ଷାତକାଳରେ ମୁଖ୍ୟମନ୍ତ୍ରୀ ଯୋଗୀ ସେମାନଙ୍କୁ ସେମାନଙ୍କର ଏହି ବିରଳ କୃତିତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ବସ୍‌ରେ ମାଗଣାରେ ଯାତାୟାତ ପାଇଁ ବସ୍‌ ପାସ୍‌ ସହ ଅନ୍ୟ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା କରିବା ସହ ଆଗାମୀ ଦିନରେ ଏହି ଦୁଇ ଭଉଣୀଙ୍କର ସମସ୍ତ ଆବଶ୍ୟକତାକୁ ରାଜ୍ୟ ସରକାର ପୂରଣ କରିବେ ବୋଲି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button