ଧର୍ମ-ଆଧ୍ୟାତ୍ମ

ଯୋଗ

ଆଓରି(ତା୧୯|୪)-  

ଯୋଗ ହେଉଛି ସର୍ବ ସାଧନାର ମୂଳ ଓ ସର୍ବୋତକୃଷ୍ଠ ସାଧନା |  ଶାସ୍ତ୍ରରେ କଥିତ ଅଛିଯେ, ବେଦବ୍ୟାସଙ୍କ ପୁତ୍ର ସୁକଦେବ ପୂର୍ବଜନ୍ମରେ କୌଣସି ବୃକ୍ଷୋପରି ସାଖାନ୍ତରାଳରେ ରହି ଶିବ କହୁଥିବା ଯୋଗପଦେଶ ସ୍ରବଣପୂର୍ବକ ପକ୍ଷୀଯୋନୀ ରୁ ଉଦ୍ଧାର ଲାଭକରି ପରଜନ୍ମରେ ପରମଯୋଗୀ ହୋଇଥିଲେ | ଯୋଗ ଶ୍ରବଣରେ ଯେତେବେଳେ ଏପରି ଫଳ , ତାହାଲେ ଯୋଗ ସାଧନ କଲେ ସର୍ବ ସିଦ୍ଧି ଲାଭ ହେବ ଏଥିରେ ସନ୍ଦେହ ନାହିଁ | ଯୋଗ ବିଷୟରେ ଶାସ୍ତ୍ର ଉକ୍ତି ହେଉଛିଯେ , “ତ୍ରିତାପ ଯଥା ଅଧ୍ୟାତ୍ମିକ , ଆଧିଭୌତିକ ଓ ଆଧିଦଇବିକ ରୁ ମୁକ୍ତିଲାଭର ଉପାୟ ହେଉଛି ଯୋଗ “ | ଯୋଗାଭ୍ୟାସ ବ୍ୟତୀତ ପ୍ରକୃତିର ମାୟାକୌସଳ ଜ୍ଞାନ୍ତ ହେବା ସମ୍ଭବ ନୁହେଁ |  ଯେଉଁ ବ୍ୟକ୍ତି ଯୋଗୀ ତାଙ୍କ ସମୁଖରେ ପ୍ରକୃତି ମାୟା ବିସ୍ତାର କରିପାରେ ନାହିଁ  | ସରଳ କଥାରେ ସେହି ଯୋଗୀ ବ୍ୟକ୍ତିଙ୍କ ଠାରେ ପ୍ରକୃତି ଲୟପ୍ରାପ୍ତ ହୁଅନ୍ତି | ପ୍ରକୃତି ଲୟପ୍ରାପ୍ତ ହେଲେ ସେହି ଯୋଗୀ ବ୍ୟକ୍ତି ଆଉ ପୁରୁଷ ପଦବାଚ୍ୟ ହୁଅନ୍ତି ନାହିଁ | ସେତେବେଳେ ସେ କେବଳ ଆତ୍ମା ନାମରେ ସତସ୍ୱରୂପରେ ଅବସ୍ଥାନ କରନ୍ତି | ଏହିପରି ସତସ୍ୱରୂପରେ ଅବସ୍ଥାନ କରାଯାଇପାରୁଥିବାରୁ ଯୋଗ “ଶ୍ରେଷ୍ଠ ସାଧନା” |

ଯୋଗ ହିଁ ଧର୍ମ ଜଗତର ଏକମାତ୍ର ପଥ | ତନ୍ତ୍ରର ମନ୍ତ୍ର ,ମୁସଲମାନ ମାନଙ୍କର ଆଲ୍ହା, ଖ୍ରୀଷ୍ଟିୟାନ ମାନଙ୍କର ଖ୍ରୀଷ୍ଟ ପୃଥକ ହେଲେ ମଧ୍ୟ ,ଯେତେବେଳେ ସେମାନେ ସେହି ସେହି ଚିନ୍ତାରେ ଆତ୍ମହରା ହୁଅନ୍ତି ସେତେବେଳେ ସେମାନେ ଅଜ୍ଞାନ୍ତସାରରେ ଯୋଗାଭ୍ୟାସ କରନ୍ତି | ମୋଟ ଉପରେ ଭାରତର ତନ୍ତ୍ର ,ମନ୍ତ୍ର ଓ ଅନ୍ୟ ସମସ୍ତ ପୂଜା ପଦ୍ଧତି ହେଉଛି ଯୋଗମୂଳକ ଯୋଗାଭ୍ୟାସ ଦ୍ଵାରା ଏକାଗ୍ରତା ଜନ୍ମିଲେ ଜ୍ଞାନ ଲାଭ ହୁଏ ଓ ସେହି ଜ୍ଞାନରୁ ମୁକ୍ତି ଲାଭ ହୋଇଥାଏ |  ଏହାହିଁ ଯୋଗର ଶ୍ରେଷ୍ଠତା |

Related Articles

Leave a Reply

Your email address will not be published. Required fields are marked *

Back to top button