ରାଜ୍ୟ

୩୯ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହେଲେ ଲେଖକ ଶ୍ରୀ ଶତୃଘ୍ନ ପାଣ୍ଡବ

ଆଓରି-ଭୁବନେଶ୍ଵର(୧୭/୧୧) : ବିଶିଷ୍ଟ ଲେଖକ ଶ୍ରୀ ଶତୃଘ୍ନ ପାଣ୍ଡବ ତାଙ୍କ ରଚିତ “ମିଶ୍ର ଧ୍ରୁପଦ’ ନିମନ୍ତେ ୩୯ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।
ଆଜି ସନ୍ଧ୍ୟାରେ ଶାରଳା ପୁରସ୍କାର ଊପଦେଷ୍ଟା ପରିଷଦ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ପୁରସ୍କାର ସ୍ୱରୂପ ଶ୍ରୀ ଶତୃଘ୍ନ ପାଣ୍ଡବଙ୍କୁ ପାଞ୍ଝଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ ।
ଏତଦ୍ ବ୍ୟତୀତ ରାଜ୍ୟର ଅନ୍ୟ ଦୁଇଜଣ କୃତୀ ବ୍ୟକ୍ତିଙ୍କୁ ସେମାନଙ୍କ ନିଜସ୍ୱ କ୍ଷେତ୍ରରେ ଉଲ୍କେଖନୀୟ ଅବଦାନ ପାଇଁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଏବଂ ଇଲା ପଣ୍ଡା ଚିତ୍ରକଳା
ସମ୍ମାନରେ ସମ୍ମାନିତ କରାଯିବ । ଚଳିତ ବର୍ଷ ସଙ୍ଗୀତ କ୍ଷେତ୍ରରେ ପଣ୍ଡିତ ଉମେଶ ଚନ୍ଦ୍ର କର ଏବଂ ଚିତ୍ରକଳା କ୍ଷେତ୍ରରେ ଶ୍ରୀ ବିନୋଦ ମହାରଣାଙ୍କୁ ମନୋନୀତ କରାଯାଇଛି । ପୁରସ୍କାର ସ୍ୱରୂପ ଉଭୟଙ୍କୁ ୧,୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ଆସନ୍ତା ୨୬.୧୦.୨୦୧୮ ତାରିଖ ଦିନ ସ୍ଥାନୀୟ ମେ ଫେୟାର୍ ଲାଗୁନ୍ ହୋଟେଲ୍ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ “ଶାରଳା ପୁରସ୍କାର’ ସହ ଉପାୟନ ପ୍ରଦାନ କରାଯିବ । ଏହି
ଉତ୍ସବରେ ବିଶିଷ୍ଟ ହିନ୍ଦୀ ଲେଖକ ଗୋବିନ୍ଦ ମିଶ୍ର ମୁଖ୍ୟ ଅତିଥି ଭାରେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ଓଡିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡଃ ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ “ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆ ନ୍ମେଟାଲସ୍ ଆଣ୍ଡ୍ ପବ୍ଳିକ୍ ଚାରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ୍) ଆନୁକୂଲ୍ୟରେ ୧୯୭୯ ମସିହାଠାରୁ ପ୍ରତିବର୍ଷ ପ୍ରଦାନ କରାଯାଇଆସୁଅଛି । ଇମ୍ପାକ୍ଟ୍ର ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ହେଲା “ଏକଲବ୍ୟ ପୁରସ୍କାର’, ଯାହାକି ପ୍ରତିବର୍ଷ ଓଡିଶାର ଯୁବ କ୍ରୀଡା ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button