ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ବାଲୁକା କଳା
ଆ.ଓ.ରି(ତା୩୧|୫)-ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ଅବସରରେ ବାଲୁକା କଳା ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରାଇଛନ୍ତି ବାଲୁକା ଶିଳ୍ପୀ।
ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକମାନଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ଏକ ବାଳୁକା କଳା କରିଛନ୍ତି।
ସେହିପରି ଶିଳ୍ପୀ ମାନସ ସାହୁ ମଧ୍ୟ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଟବାକୋ ବ୍ରେକ୍ ହାର୍ଟସ ବିଷୟକୁ ନେଇ ଏହି ବାଲୁକା କଳା ନିର୍ମାଣ ହୋଇଛି।
ନିଶାଗ୍ରସ୍ତ ହେଲେ ହୃଦୟ ଉପରେ ଏହାର କି ପ୍ରଭାବ ପଡ଼େ ତାକୁ ଅତି ନିଖୁଣ ଭାବେ ବାଲୁକା କଳାରେ ଦର୍ଶାଇଛନ୍ତି ଶିଳ୍ପୀ ମାନସ ସାହୁ। ୨୦ ଫୁଟ୍ ଓସାର ଓ ୨୦ ଟନ୍ ବାଲିରେ ନିର୍ମାଣ ହୋଇଛି ଏହି ବାଲୁକା କଳା। ଏହାକୁ ନିର୍ମାଣ କରିବାକୁ ମାନସଙ୍କ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା।
ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ଅବସରରେ ବାଲୁକା କଳା ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ। ପୁରୀ ବେଳାଭୂମିରେ ସେ ନିର୍ମାଣ କରିଛନ୍ତି ବାଲୁକା କଳା।