ଜାତୀୟ

ବିଶ୍ୱ ପରିବେଶ ଦିବସ ଅବସରରେ ବାଲୁକା କଳା

ଆ.ଓ.ରି(ତା୫|୬)-ଆଜି ବିଶ୍ୱ ପରିବେଶ ଦିବସ।  ଚଳିତ ବର୍ଷର ଥିମ୍ ରହିଛି ‘ବିଟ୍‌ ପ୍ଲାଷ୍ଟିକ୍‌ ପଲ୍ୟୁସନ୍‌’। ଏହି ଅବସରରେ ବାଲୁକା କଳା ମାଧ୍ୟମରେ ପ୍ଲାଷ୍ଟିକ ବ୍ୟବହାର ରୋକିବାକୁ ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ।

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକମାନଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ଏକ ବାଳୁକା କଳା କରିଛନ୍ତି। ସୁଦର୍ଶନ ଏକ ବିଶାଳ କଇଁଛ ଆକୃତିର ବାଲୁକା କଳା ପ୍ରଦର୍ଶନ କରିଛନ୍ତି।  ବାଲି ଓ ଅଦରକାରୀ ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ସୁଦର୍ଶନ ଏହି ବିଶାଳ ବାଲୁକା କୃତି ତିଆରି କରି ସଚେତନତା ବାର୍ତ୍ତା ଦେଇଛନ୍ତି।

ସେହିପରି ଶିଳ୍ପୀ ମାନସ ସାହୁ ମଧ୍ୟ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ଦେଶରେ ଦିନକୁ ଦିନ ପରିବେଶ ପ୍ରଦୁଷଣ ବୃଦ୍ଧି ପାଉଥିବା ସେ କହିଛନ୍ତି।  ତେଣୁ ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।  ୨୦ଫୁଟ ଓସାରରେ ଏହି ବାଲୁକା କଳାରେ ୨୦ଟନ୍ ବାଲି ବ୍ୟବହାର କରାଯାଇଛି।  ଏଥିପାଇଁ ତାଙ୍କୁ ୭ଘଣ୍ଟା ସମୟ ଲାଗିଥିଲ॥

Related Articles

Leave a Reply

Your email address will not be published. Required fields are marked *

Back to top button