ବିଶେଷ

ଆଜି ବିଶ୍ୱ ପଖାଳ ଦିବସ

ଭୁବନେଶ୍ବର ୨୦-୩ (ଆଓରି)- ଖରାଦିନିଆ ପଖାଳର ଖାଇବାର ମଜା ଏକ ନିଆରା । ଓଡ଼ିଶା ଓ ଓଡ଼ିଆଙ୍କ ସହ ପଖାଳର ରହିଛି ନିବିଡସମ୍ପର୍କ । ସକାଳୁ ସକାଳୁ ଆମେ ଏହି ପଖାଳ କଥା ଚର୍ଚ୍ଚା କରିବାର କାରଣ ହେଲା,ଆଜି ହେଉଛି ବିଶ୍ୱ ପଖାଳ ଦିବସ । ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ତେବେ କେବେ ଭାବିଛନ୍ତି କି ଏହି ପଖାଳ ଶବ୍ଦଟି ଆସିଛି କେଉଁଠୁ ? ପଖାଳ ଶବ୍ଦଟି ପାଲି ଭାଷାର ପଖାଳିବା ଶବ୍ଦରୁ ଆସିଛି,ଯାହାର ଅର୍ଥ ହେଉଛି ଧୋଇବା ।ଖାଲି ଓଡ଼ିଶାରେ ନୁହେଁ ବରଂ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆସାମରେ ମଧ୍ୟ ପଖାଳର ବେଶ୍ ଚାହିଦା ରହିଛି । ପଖାଳ ଭିତରେ ବାସି ପଖାଳ ଖାଇବା ପାଇଁ ସମସ୍ତେ ଅଧିକ ପସନ୍ଦ କରନ୍ତି । ଏଥିରେ ଥାଏ ଡି-ଲାକ୍ଟିକ୍ ଏସିଡ଼୍ । ଯାହାଦ୍ଵାରା ବାସି ପଖାଳ ଖାଇ ସାରିବା ପରେ ନିଦ ଆସେ । ପଖାଳ ଦିବସ ପଖାଳର ପ୍ରଚାର ପ୍ରସାର କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ ତାରିଖରେରେ ଅଣଆନୁଷ୍ଠାନିକ ଭାବେ ଓଡ଼ିଆମାନେ ପାଳନ କରିଥାନ୍ତି ।

ପଖାଳ ଭିନ୍ନ ଭିନ୍ନ ନାମରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ପଡ଼ୋଶୀ ଦେଶ ବଙ୍ଗଳାଦେଶରେ ଖିଆଯାଇଥାଏ । ଏହାକୁ ବଙ୍ଗଳାରେ”ପନ୍ତ ଭାତ” ଓ ଭୋଜପୁରୀରେ “ମାରା ଭାତ” ବୋଲି କୁହାଯାଏ । ଏହି ଦିବସକୁ ସଭିଏଁ ପଖାଳ ଖାଇ ପାଳନ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button