ଅପରାଧ

ଉପରିସ୍ଥ ଅଫିସରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା

ଆ.ଓ.ରି(ତା୨୫|୫)-ଆଞ୍ଚଳିକ କୋଇଲା ଖଣି ଭବିଷ୍ୟତ ନିଧି କାର୍ଯ୍ୟାଳୟ(ସିଏମ୍‌ପିଏଫ୍‌ଓ)ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଆଞ୍ଚଳିକ କମିଶନର ଉପେନ୍ଦ୍ର ପଣ୍ଡାଙ୍କ ନାଁରେ ଏହି ଅଭିଯୋଗ ଆସିଛି।

ଅଫିସରେ କାର୍ଯ୍ୟ କରୁଥିବା ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ଉପେନ୍ଦ୍ରଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହଁ। ଏପରିକି ଘଟଣା ସମ୍ପର୍କରେ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ହେଲେ ଫଳ ଶୂନ। ତେଣୁ ପୀଡ଼ିତା ଜଣଙ୍କ ରାଜ୍ୟ ମହିଳା କମିଶନଙ୍କୁ ଭେଟି ନ୍ୟାୟ ପାଇଁ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button