ରାସ୍ତା କଡ଼ରେ ଶିଶୁକନ୍ୟାକୁ ଜନ୍ମଦେଲେ ମା
1 min read
ଆଓରି(ତା୪|୫)- ପୁଣି ଜନନୀ ଯନ୍ତ୍ରଣା। କାଳବୈଶାଖୀ ବର୍ଷା ଭିତରେ ରାସ୍ତା କଡ଼ରେ ଶିଶୁକନ୍ୟାକୁ ଜନ୍ମଦେଲେ ମା। ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ପରସାଲି ପଞ୍ଚାୟତ ଟାମକଶୀଳା ଗାଁରେ। ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ନଆସିବାରୁ ଆସନ୍ନ ପ୍ରସବା ପତ୍ନୀଙ୍କୁ ଭାରରେ ବୋହି ୧୦ କିଲୋମିଟର ଦୂର ମେଡ଼ିକାଲକୁ ଆଣିଥିଲେ ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।
କିନ୍ତୁ ଜମ୍ବୁଗୁଡ଼ା ଛକ ନିକଟ ନୂଆସାହିରେ ତାଙ୍କ ପତ୍ନୀ ଏକ କନ୍ୟା ସନ୍ତାନକୁ ଜନ୍ମଦେଇଥିଲେ। ଏହାପରେ ଖବର ପାଇ ମେଡ଼ିକାଲ କର୍ତ୍ତୃପକ୍ଷ ଗାଡ଼ି ପଠାଇଥିଲେ।