Uncategorizedବିଶେଷ

ବିଖ୍ୟାତ ଯୁବ ଓଡିଆ କବି ନନ୍ଦିନୀ ସାହୁଙ୍କ ୪୫ତମ ଜନ୍ମ ଦିବସ ଉପଲକ୍ଷେ ଅଭିନନ୍ଦନ

ଜୁଲାଇ ୨୩, ୧୯୭୩ରେ  ଓଡ଼ିଶାର  ଉଦୟଗିରି ଠାରେ ଜନ୍ମିତ ଶ୍ରୀମତୀ ନନ୍ଦିନୀ ସାହୁ ହେଉଛନ୍ତି ଜଣେ ଭାରତୀୟ କବୀ, ଲେଖିକା ଏବଂ ସମାଲୋଚିକା।  ସେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଧ୍ୟାପିକା ଅଛନ୍ତି। ସେ ଇଂରାଜୀ ଭାଷାରେ କବିତା ସମେତ ଅନେକ ପୁସ୍ତକ ରଚନା କରିଛନ୍ତି।  ସେ ହେୁଛନ୍ତି ଜଣେ ପ୍ରସଂଶିତ କବି।  ତାଙ୍କର କବିତା ଭାରତ, ଆମେରିକା, ବ୍ରିଟେନ, ଆଫ୍ରିକା ଏବଂ ପାକିସ୍ତାନରେ ଆଦୃତ ଓ ପ୍ରସାରିତ ।  ସେ ଇଂରାଜୀ ସାହିତ୍ୟରେ ଦୁଇଟି ସୁବର୍ଣ୍ଣ ପଦକ ଏବଂ “ଅଖିଳ ଭାରତୀୟ କବିତା ପ୍ରତିଯୋଗିତା” ଏବଂ “ଶିକ୍ଷା ରତ୍ନ ପୁରସ୍କାର” ହାସଲ କରିଛନ୍ତି।  ଇଣ୍ଟର ଡିସିପ୍ଲିନାରୀ ଜର୍ଣ୍ଣାଲ ଅଫ ଲିଟରେଚର ଏଣ୍ଡ ଲାଂଗୁଏଜର ସେ ହେଉଛନ୍ତି ମୁଖ୍ୟ ସମ୍ପାଦିକା।

ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ତାଙ୍କର ପିତାମାତା ତାଙ୍କୁ ତାଙ୍କ ପାଞ୍ଚଜଣ ଭଉଣୀଙ୍କ ସହିତ ଶୃଂଖଳା ଭିତରେ ଲାଳନ ପାଳନ କରିଥିଲେ।  ସେ ଇଂରାଜୀ ସାହିତ୍ୟରେ ଡକ୍ଟରେଟ ଡିଗ୍ରୀ ପ୍ରାଧ୍ୟାପକ ନିରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାଧାନରେ ହାସଲ କରିଛନ୍ତି। ସେ ମୂଳ ଆମେରିକୀୟ ସାହିତ୍ୟରେ ମଧ୍ୟ ଡି ଲିଟ(ଡକ୍ଟର ଅଫ ଲିଟରେଚର)  ଉପାଧି ପାଇଛନ୍ତି।  ସେ ଅନେକ ଜାତୀୟ ସେମିନାରରେ ଅଂଶଗ୍ରହଣ କରିଛନ୍ତି।

ଶ୍ରୀମତୀ ସାହୁ ବହୁତ କମ୍ ବୟସରୁ ଲେଖା ଲେଖି ଆରମ୍ଭ କରିଥିଲେ। ସେ କବିତା ସଂଗ୍ରହ ସମେତ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କର ଲେଖାଗୁଡ଼ିକ ଭାରତୀୟ-ଇଂରାଜୀ ସାହିତ୍ୟ, ଆମେରିକୀୟ ସାହିତ୍ୟ, ଇଂରାଜୀ ଭାଷା ଏବଂ ଶିକ୍ଷାଦାନ ELT, ଲୋକ ସାହିତ୍ୟ, ସାଂସ୍କୃତିକ ଅଧ୍ୟୟନ ତଥା ଶିଶୁ ସାହିତ୍ୟ ଉପରେ ଆଧାରିତ। ସେ ଇଗ୍ନୁପାଇଁ ଲୋକ ସାହିତ୍ୟ ଏବଂ ସାଂସ୍କୃତିକ ଅଧ୍ୟୟନ ଉପରେ କାର୍ଯ୍ୟକ୍ରମର ନିର୍ମାଣ ଓବଂ ବିକାଶ କରିଛନ୍ତି। ଇଣ୍ଟର ଡିସିପ୍ଲିନାରୀ ଜର୍ଣ୍ଣାଲ ଅଫ ଲିଟରେଚର ଏଣ୍ଡ ଲାଂଗୁଏଜ ନୂଆଦିଲ୍ଲୀର ସେ ହେଉଛନ୍ତି ମୁଖ୍ୟ ସମ୍ପାଦିକା। ସେ ବିଭିନ୍ନ ବିଷୟରେ ଭାରତ ଓ ଭାରତ ବାହାରେ ଅନେକ ଭାଷଣ ଦେଇଛନ୍ତି।

“ଏହି ପତ୍ର ଇଂରାଜୀରେ ଲେଖୁଥିବା ଜଣେ ଭାରତୀୟ ନାରୀ କବି ନନ୍ଦିନୀ ସାହୁଙ୍କର ପ୍ରତିଧ୍ୱନିତ ସ୍ୱରକୁ ପରଖ କରିବାପାଇଁ ଗୁରୁତ୍ୱ ଦିଏ, ଯାହାଙ୍କ ଲେଖା ଏବଂ ବ୍ୟକ୍ତିତ୍ୱ ଉଭୟରେ ଜଣେ ସହଜରେ ସେହି ପ୍ରାବଲ୍ୟ, ସେହି ଶକ୍ତି ଏବଂ ସମ୍ପୂର୍ଣ୍ଣତାକୁ ଖୋଜି ପାଇ ପାରିବ, ଯେଉଁଥିପାଇଁ ବରଂ ତାଙ୍କୁ ଜଣେ ଇକୋଫେମିନିଷ୍ଟ, ଇକୋଓମାନିଷ୍ଟ ଏବଂ ଇକୋସୋସାଲିଷ୍ଟ ବୋଲି ଯଥାର୍ଥରେ କହିହେବ।

Related Articles

Leave a Reply

Your email address will not be published. Required fields are marked *

Back to top button