ଖେଳ

IPL-11 ଫାଇନାଲରେ ଚେନ୍ନାଇକୁ କିଏ ଭେଟିବ? ହାଇଦ୍ରାବାଦ ନା କୋଲକାତା…

ଆ.ଓ.ରି(ତା୨୫|୫)-IPL-11 ଫାଇନାଲରେ ଚେନ୍ନାଇକୁ କିଏ ଭେଟିବ? ସନ୍‌ରାଇଜର୍ସ ହାଇଦ୍ରାବାଦ ନା କୋଲକାତା ନାଇଟ୍ ରାଇଡର୍ସ। ଏସବୁ ଆଜି ସ୍ପଷ୍ଟ ହୋଇଯିବ। ସନ୍‌ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ କ୍ୱାଲିଫାୟର। ଏନେଇ ଉଭୟ ଟିମ୍‌ ଜୋରଦାର୍‌ ଅଭ୍ୟାସ ଚଳାଇଛନ୍ତି।

ପ୍ରଥମ କ୍ୱାଲିଫାୟରରେ ପରାସ୍ତ ହୋଇଥିବା ହାଇଦ୍ରାବାଦ ଟିମ୍‌କୁ ଆଉ ଏକ ସୁଯୋଗ ମିଳିଛି ଫାଇନାଲ ଖେଳିବା ପାଇଁ।  ଲିଗ୍ ପର୍ଯ୍ୟାୟରେ ଏହି ଟିମ୍ ୧୪ଟି ମ୍ୟାଚ୍‌ରୁ ୯ଟିରେ ବିଜୟୀ ହୋଇ ପଏଣ୍ଟ ତାଲିକାର ଟପ୍‌ରେ ଥିଲା।  ବ୍ୟାଟିଂରେ ଦଳର ମେରୁଦଣ୍ଡ ହେଉଛନ୍ତି କ୍ୟାପଟେନ କେନ୍ ୱିଲିମ୍ସନ।  ତାଙ୍କ ସହିତ ଶିଖର ଧୱନ, ମନୀଷ ପାଣ୍ଡେ, ୟୁସୁଫ୍ ପଠାନ ଏବଂ ବ୍ରାଥ୍ୱେଟ୍  ଦଳର ବ୍ୟାଟିଂ ଭାର ସମ୍ଭାଳିବେ।  ଏଥର ପୂରା ସିରିଜରେ ହାଇଦ୍ରାବାଦ୍ର ବୋଲର ଚମତ୍କାର ପ୍ରଦର୍ଶନ କରିଛନ୍ତି।  ବୋଲିଂରେ ଟିମ୍‌ର ଲିଡ୍ କରିବେ ଭୁବନେଶ୍ୱର କୁମାର।

ଅନ୍ୟ ପଟେ ଏଲିମିନେଟର୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇଥିବାରୁ କେକେଆର୍‌ର ମନୋବଳ ଦୃଢ଼ ଅଛି। ଘରୋଇ ଫିଲ୍ଡରେ ଖେଳୁଥିବାରୁ ଦଳ ପାଇଁ ଏହା ହେବ ପ୍ଲସ୍ ପଏଣ୍ଟ।  ଟିମ୍‌ର ବ୍ୟାଟିଂ ଭାର ସମ୍ଭାଳିବେ ଅଧିନାୟକ ଦିନେଶ କାର୍ତ୍ତିକ, ରବିନ୍ ଉଥାପ୍ପା, କ୍ରିସ୍ ଲେନ୍।  ଦଳର ଟ୍ରମ୍ପ କାର୍ଡ ହେଉଛନ୍ତି ମିଷ୍ଟ୍ରି ସ୍ପିନର ସୁନୀଲ ନାରେନ ଓ ଅଲରାଉଣ୍ଡର ଆଣ୍ଡ୍ରୁ ରସେଲ୍।  ଉଭୟ ଟିମ୍ ପାଖରେ ଅଛନ୍ତି ଅଭିଜ୍ଞ ଏବଂ ଯୁବ ପ୍ରତିଭା। ତେଣୁ କେହି କାହାରିକୁ ହାଲୁକା ଭାବେ ନେବେ ନାହିଁ।

ଏଥର ଦୁଇ ଟିମ୍ ମଧ୍ୟରେ ହୋଇଥିବା ମୁକାବିଲାରେ ଉଭୟେ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି।  ଦ୍ୱିତୀୟ କ୍ୱାଲିଫାୟରରେ ବିଜୟୀ ଟିମ୍ ଆସନ୍ତା ୨୭ ତାରିଖରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ଫାଇନାଲରେ ଭେଟିବ। ଆଗରୁ କୋଲକାତା ୨ ଥର ଚାମ୍ପିଅନ ହୋଇଥିବା ବେଳେ ସନ୍‌ରାଇଜର୍ସ ଥରେ ଚାମ୍ପିଅନ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button