ରାଜନୈତିକ ହିଂସା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ
1 min read
ଆଓରି-ନୂଆଦିଲ୍ଲୀ(୧୦/୦୬) : ଲୋକସଭା ନିର୍ବାଚନ ପୂର୍ବରୁ ଆଜି ଯାଏଁ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା କମିବାର ନାଁ ଧରୁନି । ଏନେଇ କେନ୍ଦ୍ର ସରକାର ବଢୁଥିବା ରାଜନୈତିକ ହିଂସା ନେଇ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି । ସେହିପରି ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ମଧ୍ୟ ରାଜ୍ୟର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି ।

ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଯେଉଁଥିରେ ଗୃହ ସଚିବ ରାଜୀବ ଗୌବା,ଏନଏସଏ ଅଜିତ ଡୋଭାଲ, ଆଇବି ପ୍ରମୁଖ ଏବଂ ଗୃହ ମନ୍ତ୍ରାଳୟର ଅନ୍ୟ ଅଧିକାରୀର ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସୂତ୍ର ଅନୁସାରେ ବୈଠକରେ ପଶ୍ଚିମବଙ୍ଗର ରାଜନୈତିକ ହିଂସା ବାବଦରେ ମଧ୍ୟ ଚର୍ଚ୍ଚା ହୋଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ଦିଦି ମଧ୍ୟ ରାଜ୍ୟ ସ୍ତରୀୟ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି ।

ସପ୍ତଦଶ ଲୋକସଭା ନିର୍ବାଚନ ପରଠାରୁ ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ଜାରି ରହିଛି। ଉତ୍ତର ଚବିଶପ୍ରଗଣାର ହାଟଗାଚ୍ଛି ଏବଂ ବାଗିପାଡ଼ାରେ ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷରେ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ବିଜେପିର ୫ ଓ ଟିଏମସିର ୩ ଜଣ କର୍ମକର୍ତ୍ତାଙ୍କ ମୃତ୍ୟୁ ଘଟିଛି। ଏହି ହିଂସାକାଣ୍ଡ ପରେ ବିଜେପି ପକ୍ଷରୁ ଉତ୍ତରଚବିଶ ପ୍ରଗଣାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ସ୍ଥିତି ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ ଅମିତ ଶହାଙ୍କ ଅଧଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଏହାପରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ବୈଠକ ପରେ ରାଜ୍ୟପାଳ କହିଥିଲେ ମୋତେ ଯାହା କହିବାର ଥିଲା ମୁଁ କହିସାରିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ରବିବାର ପଶ୍ଚିମବଙ୍ଗ ସରକାରଙ୍କୁ ଆଇନଶୃଙ୍ଖଳ ବ୍ୟବସ୍ଥା ଉପରେ ରିପୋର୍ଟ ମାଗିଛନ୍ତି। ଏବେ ସମସ୍ତଙ୍କ ନଜର ଗୃହ ମନ୍ତ୍ରାଳୟର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।