March 24, 2023

ଅବପାତରେ ପରିଣତ ହେଲା ଲଘୁଚାପ, ୨୪ ଘଣ୍ଟାରେ ବାତ୍ୟା ରୂପ ନେବା ସମ୍ଭାବନା

1 min read
well-marked-low-pressure-converted-into-depression-Aajira-Odisha

ଆଓରି-ଭୁବନେଶ୍ଵର(୦୫/୧୧) : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ମଙ୍ଗଳବାର ଅବପାତର ରୂପ ନେଇଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବ। ପାରାଦ୍ଵୀପ ଠାରୁ ୯୫୦ କିଲୋମିଟର ଦୂରରେ ରହିଥିବା ଏହି ଅବପାତ କ୍ରମଶଃ ଅଧିକ ଘନୀଭୂତ ହୋଇ ବୁଧବାର ସୁଦ୍ଧା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ପରେ ଏହା ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଆଡକୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାତ୍ୟା କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ତାହା ଏବେଠୁ କହିହେବ ନାହିଁ। ବାତ୍ୟା ପ୍ରଭାବରେ ଆସନ୍ତା ୯ ତାରିଖରେ ଓଡ଼ିଶା ଉପକୂଳରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷ ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଅବପାତ ବାତ୍ୟାର ରୂପ ନେଲେ ଏହାର ନାମ ‘ବୁଲବୁଲ୍‌’ ରଖାଯିବ ବୋଲି ସ୍ଥିର ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.