ରାଜନୀତି

ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ

ଆ.ଓ.ରି(ତା୧୯|୫)-ଆସନ୍ତା ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍‌ ନେତା ଏଚ୍‌.ଡି.କୁମାର ସ୍ୱାମୀ। ଶନିବାର ଅପରାହ୍ନରେ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମିଳିତ ସରକାର ଗଠନ ହେବାକୁ ପଥ ପରିଷ୍କାର ହୋଇଯାଇଥିଲା। ଜେଡିଏସ୍‌ ନେତା କୁମାର ସ୍ୱାମୀଙ୍କୁ ସରକାର ଗଠନ ପାଇଁ କର୍ଣ୍ଣାଟକ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି।ଆସନ୍ତା ବୁଧବାର ବେଙ୍ଗାଲୁରୁର କ୍ରାନ୍ତିରଭା ଷ୍ଟାଡ଼ିୟମ୍‌ରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି। ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ଶନିବାର  କୁମାରସ୍ୱାମୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ଜଣାଇଥିଲେ।ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୨ ଆବଶ୍ୟକ।  କିନ୍ତୁ କଂଗ୍ରେସ -ଜେଡିଏସ୍‌ ମେଣ୍ଟ ପାଖରେ ୧୧୬ ବିଧାୟକଙ୍କ ସମର୍ଥନ ରହିଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜେଡିଏସ୍‌ ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଉଥିଲା।  ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଜେଡିଏସ କର୍ଣ୍ଣାଟକ କ୍ଷମତାର ମୁକୁଟ ପିନ୍ଧିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button