ଜାତୀୟ

କାଶ୍ମୀରକୁ ପୁଣିଥରେ ନୂଆ ସ୍ୱର୍ଗ ଭାବରେ ଗଢିବୁ: ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୧୯/୦୯) : ଆଗକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ। ତେଣୁ ଯେକୌଣସି ମୁହୂର୍ତ୍ତରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇପାରେ । ତେବେ ଏହି ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ପିଏମ୍‌ ମୋଦିଙ୍କ ନାସିକ୍‌ ରାଲିକୁ ଗୁରୁତ୍ୱ ଦିଆଯାଉଛି । ଆଜି ନାସିକ୍‌ର  ନିର୍ବାଚନୀ ସଭାରେ  ପିଏମ୍‌ ମୋଦି କାଶ୍ମୀର କିଭଳି ନୂଆ ସ୍ୱର୍ଗରେ ପରିଣତ କରିବାକୁ ସଂକଳ୍ପବଦ୍ଧ ତାହା ବର୍ଣ୍ଣନା କରିଛନ୍ତି । ସେ ଏହି ଅବସରରେ ପ୍ରତ୍ୟେକ କାଶ୍ମିରୀଙ୍କୁ ଆଲିଙ୍ଗନ କରିବା ସହ ଏହାକୁ ନୂଆ ସ୍ୱର୍ଗରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

ମୋଦି ଆଜି କହିଛନ୍ତି, ଧାରା ୩୭୦ ହଟାଇବାର ନିଷ୍ପତ୍ତି ଭାରତର ଏକତା ପାଇଁ ନିଆଯାଇଥିବା ଏକ ନିଷ୍ପତ୍ତି । ଏହା ଜାମ୍ମୁ-କାଶ୍ମୀର ଲୋକଙ୍କର ଆଶା ଓ ସ୍ୱପ୍ନକୁ ପୂରଣ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ସୀମା ସେପଟୁ କଶ୍ମୀର ଉପତ୍ୟକାରେ ଅଶାନ୍ତି ସୃଷ୍ଟି କରିବା, ଭୁଲ ତଥ୍ୟର ପ୍ରଚାର ପାଇଁ ଏବଂ ହିଂସା ସୃଷ୍ଟିର ଅପପ୍ରୟାସ ଚାଲିଛି । ମୋଦି ଆହୁରି କହିଛନ୍ତି ଜମ୍ମୁ-କଶ୍ମୀରରେ ଯୁବକ, ମା ଏବଂ ଭଉଣୀମାନେ ସ୍ଥିର କରିସାରିଛନ୍ତି, ସେମାନେ ବହୁଦିନର ହିଂସାରୁ ବାହାରି ଆସିବେ । ସେମାନେ ବିକାଶ ଏବଂ ନୂଆ ନିଯୁକ୍ତି ସୁଯୋଗ ଚାହାଁନ୍ତି।

ମୋଦି କହିଛନ୍ତି, ଆମେ ପ୍ରତିଶ୍ରୁତି ଦେଇଥିଲୁ ଆମେ ଜମ୍ମୁ-କଶ୍ମୀର ଏବଂ ଲଦାଖର ବିଭିନ୍ନ ସମସ୍ୟା ଦୂର କରିବୁ । ଆଜି ମୁଁ ଗର୍ବର ସହିତ କହୁଛି ଦେଶ ବର୍ତ୍ତମାନ ସେହି ସବୁ ସ୍ୱପ୍ନ ପୂରଣ ଦିଗରେ ଆଗେଇ ଚାଲିଛି । ସେ କହିଥିଲେ, ଜମ୍ମୁ-କଶ୍ମୀରରେ ସମ୍ପୂର୍ଣ୍ଣ ଭାବେ ସମ୍ବିଧାନ ଲାଗୁ କରିବା କେବଳ ସରକାରଙ୍କର ନୁହେଁ ଦେଶର ୧୩୦ କୋଟି ଜନସାଧାରଣଙ୍କର ନିଷ୍ପତ୍ତି ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button