କୋହଲିଙ୍କ ୭୨ ରନ୍, ଇଣ୍ଡିଜକୁ ୨୬୯ ରନ୍ ଟାର୍ଗେଟ ଦେଲା ଇଣ୍ଡିଆ
1 min read
ଆଓରି-ନୂଆ ଦିଲ୍ଲୀ(୨୭/୦୬): ଅଧିନାୟକ ବିରାଟ କୋହଲିଙ୍କ ୭୨ ରନ୍ ବଳରେ ଭାରତ ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୬୮ ରନ୍ କରିଛି। ଆଇସିସି ବିଶ୍ୱକପ୍-୨୦୧୯ର ୩୪ତମ ମ୍ୟାଚ୍ରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମଂଚେଷ୍ଟରସ୍ଥିତ ଇମିରେଟସ୍ ଓଲଡ୍ ଟ୍ରାଫୋର୍ଡ ଷ୍ଟାଡିୟମ୍ରେଏକଦା ଟିମ୍ର ସ୍କୋର ମନ୍ଥର ଗତିରେ ଚାଲୁଥିବା ବେଳେ ମ କୋହଲି ଧୈର୍ଯ୍ୟତାର ସହିତ ବ୍ୟାଟିଂ କରିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୨୬୮ ରନ୍ କରିବା ପରେ ଇଣ୍ଡିଜକୁ ୨୬୯ରନ୍ ଟାର୍ଗେଟ ମିଳିଛି। ମହେନ୍ଦ୍ର ସିଂହ ଧୋନି ଅପରାଜିତ ୫୬ ରନ୍ କରିଛନ୍ତି। ସେ ୬୧ଟି ବଲ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି।
ଭାତର ସ୍କୋର ୨୯ ରନ୍ରେ ରୋହିତ ଶର୍ମା (୧୮ ରନ୍)ଙ୍କୁ ହରାଇଥିଲା। କେମାର ରୋଚଙ୍କ ବଲ ସାଇ ହୋପଙ୍କୁ କ୍ୟାଚ ଦେଇ ରୋହିତ ଆଉଟ୍ ହୋଇଥିଲେ। ଜସନ ହୋଲଡରଙ୍କ ଦ୍ୱାରା ବୋଲ୍ଡ ହୋଇ ଲୋକେଶ ରାହୁଲ (୪୮ ରନ୍, ୬୪ ବଲ, ୬ ଚୌକା) ଆଉଟ୍ ହୋଇଥିଲେ। ସେତେବେଳକୁ ଭାରତର ସ୍କୋର ୨୦.୪ ଓଭରରେ ୯୮ ରନ୍ ଥିଲା। ସ୍କୋର ୧୨୬ ରନ୍ରେ ଭାରତ ବିଜୟ ଶଙ୍କର (୧୪ ରନ୍)ଙ୍କୁ ହରାଇ ଥିଲା। ରୋଚଙ୍କ ବଲ ହୋପଙ୍କୁ କ୍ୟାଚ୍ ଦେଇ ଶଙ୍କର ଆଉଟ୍ ହୋଇଥିଲେ। କେଦାର ଯାଧବ ୧୦ଟି ବଲ ଖେଳି ୭ ରନ୍ କରିଥିଲେ। ସେ ମଧ୍ୟ ରୋଚଙ୍କ ବଲରେ ଆଉଟ୍ ହୋଇ ପାଭଲିଅନ ଫେରିଥିଲେ।
ବିରାଟ କୋହଲି ୮୨ଟି ବଲ ଖେଳି ୭୨ ରନ୍ କରିଥିଲେ। ଏଥିରେ ୮ଟି ଚୌକା ସାମିଲ ଥିଲା। ଭାରତ ୧୮୦ ରନ୍ରେ ଜସନ ହୋଲଡରଙ୍କ ବଲ ବ୍ରାଭୋଙ୍କୁ କ୍ୟାଚ ଦେଇ କୋହଲି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୮ଟି ବଲ ଖେଳି ୪୬ ରନ କରି ଇଣ୍ଡିଜର କଟଟ୍ରେଲଙ୍କ ଦ୍ୱାରା ୬ଷ୍ଠ ଶିକାର ହୋଇଥିଲେ। ମହମ୍ମଦ ସାମି ୨ଟି ବଲ ସମ୍ମୁଖୀନ ହୋଇ କଟଟ୍ରେଲଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।
ପୂର୍ବବର୍ତ୍ତୀ ଖବର