ସ୍ୱାସ୍ଥ୍ୟ

ତ୍ଵଚାର ସୁରକ୍ଷା ପାଇଁ ତରଭୁଜର ଆବଶ୍ୟକତା

ମୁହଁର ସୁନ୍ଦରତା ପାଇଁ ଆମେ ବହୁ କୃତ୍ରିମ କ୍ରିମର ବ୍ୟବହାର କରିଥାଉ। ଏହା ଆମ ମୁହଁକୁ ସୁନ୍ଦର କରିବା ସହ ଏହାର ବହୁ ଖରାପ ପ୍ରଭାବ ଆମ ମୁହଁ ଉପରେ ମଧ୍ୟ ପଡ଼ିଥାଏ। କିନ୍ତୁ ଏପରି ବହୁ ପ୍ରାକୃତିକ ଉପାୟ ରହିଛି ଯାହାର ବ୍ୟବହାର ଦ୍ୱାରା ଏହା ଆମ ମୁହଁ ପାଇଁ ଖୁବ ଲାଭ ଦାୟକ ହୋଇଥାଏ। ତରଭୁଜ ଆମ ମୁହଁ ପାଇଁ ବହୁ ଉପକାରୀ ଅଟେ। ଏହା ଆମକୁ ସନ୍‍ ଟ୍ୟାନ୍‍ରୁ ରକ୍ଷା କରିଥାଏ। ଜାଣନ୍ତୁ, ଏହାକୁ କିପରି ବିଭିନ୍ନ ଉପକାର ବ୍ୟବହାର କରିଲେ ଏହା ଆମ ମୁହଁକୁ ଖୁବ ସୁନ୍ଦର ଓ ଉଜ୍ଜଳ କରିଥାଏ।
୩ ଚାମଚ ତରଭୁୁଜ ରସରେ ଅଳ୍ପ କ୍ଷୀର ମିଶାଇ ଲଗାନ୍ତୁ। ଏହାକୁ ଲଗାଇ ୨୦ ମିନିଟ ମୁହଁରେ ରଖନ୍ତୁ ଓ ଧୋଇ ଦିଅନ୍ତୁ। ଏପରି ନିୟମିତ ୧ ମାସ ଲଗାଇଲେ ଏହା ମୁହଁ ପାଇଁ ବହୁ ଉତ୍ତମ ଫଳ ଦେଇଥାଏ।
ତରଭୁଜ ରସରେ ଅଳ୍ପ ଦହି ମିଶାଇ ମୁହଁରେ ଲଗାନ୍ତୁ ଓ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କଲେ ମୁହଁ ଖୁବ ଉଜ୍ଜଳ ହୋଇଥାଏ।
ତରଭୁଜର ରସରେ ତୁଳସୀ ପତ୍ର ରସ , ଗୋଲାପ ଜଳ ମିଶାଇ ଫ୍ରଜ୍‍ରେ ରଖନ୍ତୁ ଓ ଏହାକୁ ନିୟମିତ ବ୍ୟବହାର କରନ୍ତୁ। ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗକୁ ମଧ୍ୟ ଗୋରା କରିଥାଏ।

 

 

Related Articles

Leave a Reply

Your email address will not be published. Required fields are marked *

Back to top button